Latest Odisha News

BREAKING NEWS

ରାଜ୍ୟ ସ୍ତରୀୟ ଗୀତିନାଟ୍ୟର ପ୍ରଥମ ସନ୍ଧ୍ୟାରେ ‘କର୍ଣ୍ଣ ବଧ’

ଭୁବନେଶ୍ୱର : ସୁପ୍ରସିଦ୍ଧ ନାଟ୍ୟକାର ତଥା ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅକ୍ଟୋବର ୨୭ ଓ ୨୮ ରେ ଗୀତିନାଟ୍ୟ ମହୋତ୍ସବର ଆୟୋଜନ କରାଯାଇଛି । ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମାହାଙ୍ଗା ବ୍ଲକ କୋଠପଦାର ବିନାୟକ କ୍ଲବର ସଦସ୍ୟମାନଙ୍କ ଦ୍ୱାରା ‘କର୍ଣ୍ଣ ବଧ’ ଗୀତିନାଟ୍ୟ ପରିବେଷିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଭିନେତା ଅଶ୍ରୁ ମୋଚନ ମହାନ୍ତି, ସୁବୋଧ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଏବଂ ବାସୁଦେବ ମାଲବିଶୋଇ, ଅବନୀ ମିଶ୍ର , ବିଜୟ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଗୀତିନାଟ୍ୟ ଓଡ଼ିଶାର ଗ୍ରାମ୍ୟ ଜୀବନ ସହିତ ଜଡ଼ିତ ଏବଂ ଏହା ବହୁଳ ଭାବରେ ଆଦୃତ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

କୋଭିଡ଼ ନିୟମ ପାଳନ ସହ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଫେସବୁକ ଓ ୟୁଟ୍ୟୁବ ମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯାଇଥିଲା।

Leave A Reply

Your email address will not be published.