Latest Odisha News

BREAKING NEWS

ନେହା ହିରେମାଥ ହତ୍ୟାକାଣ୍ଡ: ଆଜି କର୍ଣ୍ଣାଟକା ବନ୍ଦ

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନ ପାଇଁ ରାଜନୀତି ତାତି ଜୋର ଧରିଥିବା ବେଳେ କର୍ଣ୍ଣାଟକରେ ବିଜେପି ଦେଇଛି ରଣହୁଙ୍କାର । କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା କରିବା ଘଟଣାରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି । ଏହି ହତ୍ୟାକାଣ୍ଡ ପଛରେ ଲଭ୍-ଜିହାଦ ଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟରେ ଆଜି କୌଣସି ନିର୍ବାଚନୀ ପ୍ରଚାର ନକରି ବିକ୍ଷୋଭ ପ୍ରଦର୍ଶନ ଲାଗି ନିଷ୍ପତ୍ତି ନେଇଛି ଦଳ।

ଲୋକସଭା ନିର୍ବାଚନ ବେଳେ ହୁବଳିର ନେହା ହିରେମାଥ ହତ୍ୟା ମାମଲା ବିରୋଧିଙ୍କ ପାଇଁ ବଳ ସାଜିଥିବା ବେଳେ ଶାସକ ଦଳ କଂଗ୍ରେସ ବିରୋଧରେ ଗର୍ଜିଛି ବିଜେପି । ଆଜି ସକାଳି ସଂନ୍ଧ୍ୟା ଯାଏଁ ସମସ୍ତ ଦେକାନବଜାର, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି । ସେପଟେ ହତ୍ୟାକାଣ୍ଡର ନିନ୍ଦା ଓ ମୃତକଙ୍କୁ ସମବେଦନା ଜଣାଇ ମୁସଲିମ୍ ସଂଗଠନ ବି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୮ ତରିଖରେ କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରେମାଥଙ୍କ ୨୪ ବର୍ଷୀୟ ଝିଅ ନେହା ହିରେମାଥଙ୍କୁ କଲେଜ କ୍ୟାମ୍ପସରେ ଲଗାତର ଛୁରୀ ଭୁଷି ଅତି ନୃଶଂସ ଭାବେ ହତ୍ୟା କରିଥିଲା ନେହାଙ୍କ ପୂର୍ବତନ ବନ୍ଧୁ ତଥା ସହପାଠୀ ଫାୟାଜ। ଏନେଇ କଲେଜ କର୍ତ୍ତୃପକ୍ଷ ନେହାଙ୍କ ଘର ଲୋକଙ୍କୁ ଖବର ଦେବା ପରେ ଥାନାରେ ମାମଲା ରୁଜୁ କରାଯାଇଥିଲା । କିଛି ସମୟ ପରେ ଅଭିଯୁକ୍ତ ଫାୟାଜକୁ ଗିରଫ କରିଥିଲା ପୋଲିସ । ତେବେ ଏହି ହତ୍ୟାକାଣ୍ଡ ‘ବ୍ୟକ୍ତିଗତ କାରଣରୁ’ ହୋଇଛି ବୋଲି କୁହାଯାଉଥିବା ବେଳେ ‘ଲଭ୍ ଜିହାଦ’ କାରଣରୁ ଏହି ଘଟଣା ଘଟିଛି ବୋଲି କହିଛି ବିଜେପି ।

 

Leave A Reply

Your email address will not be published.