Latest Odisha News

BREAKING NEWS

ମଣିପୁରରେ ପୁନଃ ମତଦାନ, ୧୧ଟି ମତଦାନ କେନ୍ଦ୍ରରେ ଚାଲିଛି ସାନି ମତଦାନ

ଇମ୍ଫାଲ: ମଣିପୁରରେ ୧୧ଟି ମତଦାନ କେନ୍ଦ୍ରରେ ଚାଲିଛି ସାନି ମତଦାନ। ୧୯ ଏପ୍ରିଲ ମତଦାନ ବେଳେ ହିଂସା ଯୋଗୁଁ ଚାଲିଛି ପୁନଃ ମତଦାନ। ମତଦାନ କେନ୍ଦ୍ରରେ ଫାୟାରିଂ ସହ ଇଭିଏମ୍ ଚୋରି କରିଥିଲେ ଦୁର୍ବୃତ୍ତ। ଏହାକୁ ଦୃଷ୍ଟିରେ ରଖି ସାନି ମତଦାନ ଘୋଷଣା କରିଥିଲେ ସିଇଓ।

ଗତ ୧୯ ତାରିଖରେ ଭୋଟଗ୍ରହଣ ସମୟରେ କେତେକ ନିର୍ବାଚନମଣ୍ଡଳୀରେ ହିଂସା ଦେଖିବାକୁ ମିଳିଥିଲା । ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ଅନେକ ବୁଥରେ ସଂଘର୍ଷ ହେବା ସାଙ୍ଗକୁ ଗୁଳିମାଡ଼ ମଧ୍ୟ ହୋଇଥିଲା । ଫଳରେ ଆଜି ମତଦାନ ଅନୁଷ୍ଠିତ ଆରମ୍ଭ ହୋଇଛି । ମଣିପୁରର ଦୁଇଟି ଲୋକସଭା ଆସନ ପାଇଁ ଶୁକ୍ରବାର ହୋଇଥିବା ଭୋଟ ସମୟରେ କଂଗ୍ରେସ ୪୭ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ଦାବି କରିଥିଲା ।

ଖୁରେଇ ନିର୍ବାଚନମଣ୍ଡଳୀର ମୋଇରାଙ୍ଗକାମ୍ପୁ ସାଜେବ ଓ ଥୋଙ୍ଗମ ଲେକାଇ, କ୍ଷେତ୍ରିଗାଓରେ ୪ଟି ବୁଥ, ପୂର୍ବ ଇମ୍ଫାଲ ଜିଲାର ଗୋଟିଏ ବୁଥ, ଉରିପକ୍‌ର ୩ଟି ବୁଥ୍‌ ଏବଂ ପଶ୍ଚିମ ଇମ୍ଫାଲ ଜିଲ୍ଲାର ଗୋଟିଏ ବୁଥରେ ଏହି ସାନି ମତଦାନ ପ୍ରକ୍ରିୟା ଜାରି ରହିଛି। ସୂଚନାଯୋଗ୍ୟ, କେତେକ ମତଦାନ କେନ୍ଦ୍ରରେ ଗୁଳି ଚଳାଇବା, ଧମକ ଦେବା, ଇଭିଏମ ଭଙ୍ଗାରୁଜା କରିବା ଏବଂ ମତଦାନ କେନ୍ଦ୍ରକୁ ଧରିବା ଅଭିଯୋଗ ଜାତି ବିବାଦ ଦ୍ୱାରା ପ୍ରଭାବିତ ମଣିପୁରରୁ ଆସିଥିଲା ।

Leave A Reply

Your email address will not be published.