Latest Odisha News

BREAKING NEWS

ବାରବାଟୀରେ କାର୍ତିକ କମାଲ: ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪୯ ରନର ଲକ୍ଷ୍ୟ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୧୪୯ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା । ଟିମ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା । ଶେୟାଶ ଆୟାର ଓ ଦୀନେଶ କାର୍ତିକଙ୍କ ଉନ୍ନତ ବ୍ୟାଟିଂ ଯୋଗୁ ଭାରତ ଏକ ଆଭରେଜ ସ୍କୋର କରିପାରିଥିଲା । ଆୟାର ୩୫ ବଲରେ ୪୦ ରନ କରିଥିବା ବେଳେ କାର୍ତିକ ୨୧ ବଲରେ ୩୦ ରନ କରି ଅପରାଜିତ ରହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଶାନ ୨୧ ବଲରେ ୩୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଏନର୍କି ନୋର୍ତୋଜ ୨ଟି ଏବଂ କାଗିସୋ ରାବାଡା, ୱେନ ପାର୍ଣ୍ଣେଲ, କେଶବ ମହାରାଜା ଓ ଡ୍ୱେନ ପ୍ରିଟୋରିୟସ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.