Latest Odisha News

BREAKING NEWS

“ଦେବେନ୍ଦ୍ର ପଡ଼ନବିସ ମଧ୍ୟ ଶିବସେନାକୁ ଭୋଟ୍ ଦେବେ, ଯଦି..”

ଭୁବନେଶ୍ୱର: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ମଧ୍ୟ ବିଜେପି ବିରୋଧରେ ଯାଇ ଶିବସେନାକୁ ଭୋଟ୍ ଦେବେ, ଯଦି ଶିବସେନା ଅଧୀନରେ ‘ଇଡି’ ରହିବ । ମାତ୍ର ଦୁଇ ଦିନରେ ଫଡ଼ନବିସ ଶିବ ସେନାକୁ ଭୋଟ୍ ଦେବାକୁ ବାଧ୍ୟ ହୋଇଯିବେ । ରବିବାର ଶିବସେନା ଏମପି ସଞ୍ଜୟ ରାଉତ ଏହି ମନ୍ତବ୍ୟ ଦେଇଛନ୍ତି ।

ସଦ୍ୟ ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ଶିବସେନା ପ୍ରାର୍ଥୀ ହାରିବା ପରେ ପ୍ରତିକ୍ରିୟା ସ୍ୱରୂପ ଏହି ମନ୍ତବ୍ୟ ଦେଇଛନ୍ତି ସଞ୍ଜୟ । ଗତ ନିର୍ବାଚନରେ ଘୋଡ଼ା ବେପାର ହୋଇଥିବା ଅଭିଯୋଗ କରିଛନ୍ତି ସେ । କେନ୍ଦ୍ରରେ ସରକାରରେ ଥିବା ଦଳ ଇଡିକୁ ବ୍ୟବହାର କରି ସ୍ୱାଧୀନ ଏବଂ ଅନ୍ୟ ଛୋଟ ଦଳର ବିଧାୟକ ମାନଙ୍କୁ ବିଜେପିକୁ ଭୋଟ୍ ଦେବାକୁ ବାଧ୍ୟ କରୁଛି ବୋଲି ସଞ୍ଜୟ ଅଭିଯୋଗ କରିଛନ୍ତି ।

ଯିଏ ପୂର୍ବରୁ ଶିବ ସେନାକୁ ଭୋଟ୍ ଦେବାକୁ କଥା ଦେଇଥିଲେ, ସେମାନେ ହିଁ ଭୟାତୁର ହୋଇ ବିଜେପିକୁ ଭୋଟ୍ ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ଏଭଳି ମନ୍ତବ୍ୟ ରଖିଛନ୍ତି । ଇଡି ବ୍ୟତୀତ ନିର୍ବାଚନ କମିଶନଙ୍କୁ ମଧ୍ୟ ଦୋଷ ସେ ଦୋଷ ଦେଇଛନ୍ତି । କମିଶନ ମଧ୍ୟ ସରକାରଙ୍କ ଚାପରେ ଆସି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି ।

ବିଜେପି କେନ୍ଦ୍ରୀୟ ଏଜେନ୍ସି ଓ ଟଙ୍କା ବ୍ୟବହାର କରି ଭୋଟ୍ ଟାଣି ନେଉଛି । କିଛି ବିଧାୟକଙ୍କୁ ସେ ଘୋଡ଼ା ବୋଲି ସମାଲୋଚନା କରି କହିଛନ୍ତି- ସେମାନେ ଅଧିକ ଟଙ୍କାରେ ବିକ୍ରି ହେବାକୁ ଗୋଡ଼ ଟେକି ବସିଥିଲେ । ସୁଯୋଗ ମିଳିଲା ତ ଦୌଡ଼ିଲେ ।

ଶିବ ସେନା, ଏନସିପି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ସଞ୍ଜୟ ପୱାର ରାଜ୍ୟ ସଭା ନିର୍ବାଚନରେ ବିଜେପିର ଧନଞ୍ଜୟ ମହାଦିକଙ୍କ ଠାରୁ ହାରିବା ପରେ ସଞ୍ଜୟ ପ୍ରେସ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଥିଲେ । ବହୁଜନ ବିକାଶ ଅଘାଡ଼ିର ୩ ବିଧାୟକ, ସ୍ୱାଧୀନ ବିଧାୟକ ସଞ୍ଜୟମାମା ସିନ୍ଦେ, ସ୍ୱାଭିମାନୀ ପକ୍ଷ ବିଧାୟକ ଦେବେନ୍ଦ୍ର ଭୂୟାର ଏବଂ ପିଡବ୍ଲୁପି ବିଧାୟକ ଶ୍ୟାମସୁନ୍ଦର ସିନ୍ଦେ ପ୍ରଥମେ ରାଜି ହୋଇ ମଧ୍ୟ ମହା ବିକାଶ ଅଘାଡ଼ି ପ୍ରାର୍ଥୀଙ୍କୁ ଭୋଟ୍ କରିନଥିଲେ । ଯଦ୍ୱାରା ସଞ୍ଜୟ ପୱାରଙ୍କୁ ହାରିବାକୁ ପଡ଼ିଲା ।

Leave A Reply

Your email address will not be published.