Latest Odisha News

BREAKING NEWS

ବାବା ଆଖଣ୍ଡଳମଣି ମନ୍ଦିରରେ ୧୪୪ଧାରା ଜାରି, କଟକଣାରେ ଚାଲିଛି ନୀତି

ଭଦ୍ରକ: ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ହେଲେ କୋଭିଡ଼ ନିୟମ ଅନୁଯାୟୀ ୧୪୪ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଏଥିପାଇଁ ସ୍ୱତନ୍ତ୍ର କଟକଣା ଜାରି କରିଛି ପ୍ରଶାସନ । ମଣିବାବାଙ୍କ ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ ହରଗୌରୀବେଶ କୋଭିଡ଼ ନିୟମ ଅନୁଯାୟୀ ସମ୍ପନ୍ନ କରିବା ପାଇଁ ସେବାୟତଙ୍କୁ ପରାମର୍ଶ ଦେଇଛି ପ୍ରଶାସନ ।

ଭୋରରୁ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ସରିଛି । ମଧ୍ୟାହ୍ନରେ ବାବାଙ୍କୁ ପଞ୍ଚାନନ ବେଶ ଓ ଅପରାହ୍ନ ୪ଟାରେ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯିବ ।ପୀଠରେ ୨ଦିନ କଟକଣା ପରେ ଆସନ୍ତା ରବିବାର ସକାଳ ୬ଟାରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ବାବାଙ୍କ ମନ୍ଦିର ।

Leave A Reply

Your email address will not be published.