Latest Odisha News

BREAKING NEWS

ବିଲ୍ ପାସ୍ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଯନ୍ତ୍ରୀ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ । ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଠିକା କାମର ବିଲ୍ କରାଇ ଦେବା ଲାଗି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

ସୂଚନା ଅନୁସାରେ, ଠିକାଦାର ତେଜେଶ୍ୱର ଡ୍ରେନ ନିର୍ମାଣ କରିଥିଲେ । ଡ୍ରେନ୍ କାମର ବିଲ୍ ପାଇଁ ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର । ଏନେଇ ତେଜେଶ୍ୱର ଭିଜିଲାନ୍ସକୁ ଜଣାଇଥିଲେ । ପୂର୍ବ ଯୋଜନା ଅନୁସାରେ, ଆଜି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା ।

କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ନରେନ୍ଦ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ଲାଗି ତାଙ୍କ ବାସଭବନ ସହ ୩ଟି ସ୍ଥାନର ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନା ଦେଇଛନ୍ତି ଏସପି ।

Leave A Reply

Your email address will not be published.