Latest Odisha News

BREAKING NEWS

କଥାକୁହା ଫଟୋ: ସଫଳତାର ନୂଆ ଅଧ୍ୟାୟ, ଓଡ଼ିଶା ମାଟିରେ ଭାରତୀୟ ଟିଟିଦଳର ଶ୍ରେଷ୍ଠ ପ୍ରଦର୍ଶନ

କଟକ: ଭାରତୀୟ କ୍ରୀଡ଼ା ସଫଳତାର ଶୀର୍ଷରେ ପହଞ୍ଚୁଥିବା ବେଳେ ଏଥିରେ ଓଡ଼ିଶାର ଅବଦାନ ଅତୁଳନୀୟ । କଟକସ୍ଥିତ ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପରେ ଭାରତ ୧୫ଟି ପଦକ ହାସଲ କରିପାରିଛି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତିତ୍ୱ ହାସଲ କରିଥିବା ସମସ୍ତ ଭାରତୀୟ ପ୍ରତିଯୋଗୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରି ପୁରସ୍କୃତ କରିଛନ୍ତି । ଏହି ୧୫ଟି ପଦକ ମଧ୍ୟରେ ରହିଛି ୭ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ।

Leave A Reply

Your email address will not be published.