Latest Odisha News

BREAKING NEWS

କର୍ଣ୍ଣାଟକ ସଙ୍କଟ: ଆଜି ସନ୍ଧ୍ୟା ସୁଦ୍ଧା ବିଧାନସଭାରେ ହେବ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ଆଜି ସନ୍ଧ୍ୟା ସୁଦ୍ଧା ନିଜର ଶକ୍ତି ପରୀକ୍ଷା ତଥା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ବାଚସ୍ପତି କଡା ନିର୍ଦ୍ଦେଶ ଦେଇଛନ୍ତି । ଫଳରେ କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ସରକାର ରହିବ ନା କ୍ଷମତାଚ୍ୟୁତ ହେବ, ସେନେଇ ଚୂଡାନ୍ତ ହୋଇପାରିବ ।

ଅପରପକ୍ଷରେ ଅନାସ୍ଥା ପ୍ରସ୍ତାବ ଉପରେ ବାରମ୍ବାର ଚର୍ଚ୍ଚା ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିବା ବେଳେ ପରିସ୍ଥିତି ଜଟିଳ ହେଉଥିବା ଦେଖି ବାଚସ୍ପତି ଏଭଳି ଘୋଷଣା କରିଥିବା ନେଇ ସୂଚନା ମିଳିଛି ।

 

ତେବେ ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବାରମ୍ବାର ହଙ୍ଗାମା ହେଉଥିବାବେଳେ ଏଥିରେ କ୍ଷୁବ୍ଧ ହୋଇ ବାଚସ୍ପତି ବିଦ୍ରୋହୀ ବିଧାୟକମାନଙ୍କୁ ଗୃହରେ ହାଜର ହେବାଲାଗି ସମନ ଜାରି କରିଛନ୍ତି ।

ସୂଚନାଯୋଗ୍ୟ, ବିଧାନସଭାରେ ଗତ ସୋମବାର ଦିନ ବିଜେପି ବିଧାୟକମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପରେ ଏହାର ନିଷ୍ପତ୍ତି ଜୁଲାଇ ୧୮ ତାରିଖରେ ହେବ ବୋଲି ଜଣାପଡିଥିଲା । ପରବର୍ତ୍ତୀ ସମୟରେ ଏହି ଆସ୍ଥା ଭୋଟ୍ ପ୍ରକ୍ରିୟାକୁ ପୁନର୍ବାର ଘୁଞ୍ଚାଯାଇଥିଲା । ତେବେ କର୍ଣ୍ଣାଟକରେ ସରକାର ଗଢିଥିବା କଂଗ୍ରେସ-ଜେଡିଏସ୍ ମେଣ୍ଟରୁ ନିକଟରେ ବହୁ ବିଧାୟକ ଇସ୍ତଫା ଦେଇଥିବାବେଳେ ସରକାରରେ ଘୋର୍ ରାଜନୈତିକ ସଙ୍କଟ ସୃଷ୍ଟି କରିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ବିଧାନସଭାର ୧୫ ଜଣ ଅସନ୍ତୁଷ୍ଟ ବିଧାୟକ ବାଚସ୍ପତିଙ୍କୁ ସେମାନଙ୍କର ଉସ୍ତଫା ପ୍ରଦାନ କରିଥିଲେ । ବାଚସ୍ପତି ସେମାନଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଅପିଲ କରିଥିଲେ ।

ବିଧାନସଭାରେ ଆସ୍ଥାଭୋଟର ଆବଶ୍ୟକତାକୁ ଉପଲବ୍ଧି କରି କର୍ଣ୍ଣାଟକ ରାଜ୍ୟପାଳ ବାଚସ୍ପତିଙ୍କୁ ଏଥିଲାଗି ନିଷ୍ପତ୍ତି ଦେଇଥିଲେ ।

Leave A Reply

Your email address will not be published.