Latest Odisha News

BREAKING NEWS

ରିଲିଜ୍ ହେଲା ଶାହରୁଖ-କ୍ୟାଟ୍ରିନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜିରୋ’…

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ସିନେମା ‘ଜିରୋ’ ଶୁକ୍ରବାର ଦିନ ରିଲିଜ୍ ହୋଇଛି ।  ରିଲିଜର ପ୍ରଥମ ଦିନରେ ଭଲ ବ୍ୟବସାୟ କରିପାରିଛି ‘ଜିରୋ’ ।

ଏହି ‘ଜିରୋ’ ଫିଲ୍ମର ରିଲିଜ୍ ଦିନଟିକୁ ଶାହରୁଖଙ୍କ ଅଗଣିତ ଫ୍ୟାନ ଅପେକ୍ଷା କରି ରହିଥିଲେ । ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ବଲିଉଡ଼ ଆକ୍ଟ୍ରେସ୍ କାଟ୍ରିନା କୈଫ୍, ଜାଭେଦ ଜାଫ୍ରି ଓ ଅଭୟ ଦେଓଲ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରାୟ ଏବଂ ଏହି ଫିଲ୍ମର ପ୍ରଯୋଜିକା ହେଲେ ଗୌରୀ ଖାନ ଏବଂ ଆନନ୍ଦ ଏଲ ରାୟ ।

ଅଜୟ-ଅତୁଲଙ୍କ ନିର୍ଦ୍ଦେଶନାରେ ଏହାର ସମସ୍ତ ଗୀତ ଗୁଡ଼ିକ ସଂଯୋଜନା କରାଯାଇଛି । ପୂର୍ବରୁ ଏହାର ପପୁଲାର ଗୀତ ‘ହୀର ବଦନାମ’ ସୋସିଆଲ ମିଡ଼ିଆରେ ରିଲିଜ ହୋଇ ଭାଇରାଲ ହୋଇଛି । ‘ଜିରୋ’ ଫିଲ୍ମରେ ଶାହରୁଖଙ୍କ ଜବରଦସ୍ତ ଅଭିନୟ ଦର୍ଶକମାନଙ୍କୁ ବେଶ୍ ଛୁଇଁ ପାରିବ ବୋଲି ଫିଲ୍ମର ନିର୍ମାତା ଆଶା ରଖିଛନ୍ତି ।

Leave A Reply

Your email address will not be published.