Latest Odisha News

BREAKING NEWS

ଟିଟିଲାଗଡ: ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ

ଟିଟିଲାଗଡ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହର ନିକଟସ୍ଥ ବିଜେପୁରର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଆଜି କେହି ଦୁବୃର୍ତ୍ତ ଗୁଳି ମାଡ଼ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ କିଛି ଦୁବୃର୍ତ୍ତ ବ୍ୟାଙ୍କ ଭିତରେ ପଶି  ଉକ୍ତ ବ୍ୟାଙ୍କ ମ୍ୟାନେଜର କୈଳାଶ ଚନ୍ଦ ଡୋରାଙ୍କୁ ଗୁଳି ମାଡ କରିଥିବା ବେଳେ ତାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି । ମ୍ୟାନେଜରଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ସବ୍-ଡିଭିଜନାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ପାଖାପାଖି ୩ଜଣ ଦୁବୃର୍ତ୍ତ ମାସ୍କ ପିନ୍ଧି ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିଲେ । ପରେ ମ୍ୟାନେଜରଙ୍କ ସହ ଋଣ ନେବା ସମ୍ବନ୍ଧୀୟ କିଛି କଥାବାର୍ତ୍ତା ହୋଇଥିଲେ । ଯେହେତୁ ମଧ୍ୟାହ୍ନ ଭୋଜନ ସମୟ ହୋଇଥିଲା ସେଥିପାଇଁ ଋଣ ସମ୍ବନ୍ଧରେ କଥାବାର୍ତ୍ତା ହେବାପାଇଁ ଲଞ୍ଚ ପରେ କିମ୍ବା କାଲି ଆସନ୍ତୁ ବୋଲି ବ୍ୟାଙ୍କ ମ୍ୟାନେଜର ଜଣଙ୍କ ସେମାନଙ୍କୁ କହିଥିଲେ । କିନ୍ତୁ ହଠାତ ଦୁବୃର୍ତ୍ତମାନେ ବ୍ୟାଙ୍କର ଲକର ଚାବି ମାଗିଥିଲେ । ଲକର ଚାବି ଦେବାକୁ ରାଜି ନହେବାରୁ ସେମାନଙ୍କ ମଧ୍ୟରୁ ଜଣେ ଅଚାନକ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଆହତ ମ୍ୟାନେଜର ଜଣଙ୍କ କହିଛନ୍ତି ।

ଅନ୍ୟପକ୍ଷରେ ଗୁଳି ମାଡ କରିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି ।

ତେବେ ପୋଲିସ ଘଟଣାର ପାରିପାଶ୍ୱର୍ିକ ସ୍ଥିତି ପରଖିବା ସହ ଦୁବୃର୍ତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.