Latest Odisha News

BREAKING NEWS

ପାଖେଇ ଆସିଲାଣି ବିବାହ ସମୟ ,ଏବେଠୁ ବ୍ରେକ୍ ନେଲେଣି କ୍ୟାଟ୍ରିନା କୈଫ୍

ମୁମ୍ବାଇ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକିନି ଚମେଲୀ କ୍ୟାଟ୍ରିନା କୈଫ୍ । ସେ ଆସନ୍ତା ମାସରେ ବଲିଉଡ୍ ହିଟ୍ ଷ୍ଟାର, ହ୍ୟାଣ୍ଡସମ୍ ବୟେ ଭିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତିା ବିବାହ ତାରିଖ ପାଖେଇ ଆସିଲାଣି । ଏହି ଗ୍ରାଣ୍ଡ ମ୍ୟାରେଜକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ହେଲେ ଏହି ବାହାଘର ପାଇଁ ଏବେଠାରୁ ପ୍ରସ୍ତୁତି ଚଲାଇଛନ୍ତି କ୍ୟାଟ୍ । କ୍ୟାଟ୍ରିନା ଏବେ ନିଜ କାମରୁ କିଛି ଦିନ ପାଇଁ ବ୍ରେକ୍ ନେଇଛନ୍ତିା ସେ କେବଳ କିଛି ବିଜ୍ଞାପନ ସୁଟିଂ କରିବେ ବୋଲି ଜଣାପଡିଛି ।ଫଳରେ ତାଙ୍କୁ ଢେର୍ ସାରା ସମୟ ମିଳିବ ।

ହେଲେ ଭିକି କୌଶଲା ସବୁବେଳେ କାର୍ଯ୍ୟବ୍ୟସ୍ତତାରେ ଥାନ୍ତି । ଭିକି ତାଙ୍କର କିଛି ଅପ୍ କମିଂ ଫିଲ୍ମ ସୁଟିଂ କୁ ନେଇ ବ୍ୟସ୍ତ ଅଛନ୍ତି । ଏନେଇ ଭିକିଙ୍କ ସାନ ଭାଇ ଓ ମା ବିବାହ ପ୍ରସ୍ତୁତି ଚଳାଇଛନ୍ତି ବୋଲି ଜଣାପଡିଛି । ଅନ୍ୟପଟେ କ୍ୟାଟ୍ ମଧ୍ୟ ଭିକିଙ୍କ ପରିବାରକୁ ସହଯୋଗ କରୁଛନ୍ତି । କ୍ୟାଟ୍ରିନା ଓ ଭିକି ଯେ କୌଣସି ମୁହୁର୍ତ୍ତରେ ନିଜର ବିବିହା ବିଷୟରେ ଔପଚାରିକ
ଘୋଷଣା କରିପାରନ୍ତି ।

ଡିସେମ୍ବର ପ୍ରଥମ ସପ୍ତାହରେ ସେମାନେ ରାଜସ୍ଥାନର ଲକଜୁରିୟସ୍ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେମାନେ ସବ୍ୟାସାଚୀ ଡିଜାଇନର ବ୍ରାଣ୍ଡର ଡ୍ରେସ ପିନ୍ଧିବେ ବୋଲି ଜଣାପଡିଛି । ବିବାହ ପରେ ଉଭୟେ ମୁମ୍ବାଇରେ ଏକ ନୂଆ ଆପାର୍ଟମେଣ୍ଟରେ ରହିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

Leave A Reply

Your email address will not be published.