Latest Odisha News

BREAKING NEWS

ଖଣ୍ଡପଡ଼ା ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହଙ୍କ ନାମାଙ୍କନ ପତ୍ର ଦାଖଲ

ନୟାଗଡ଼: ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ମଙ୍ଗଳବାର ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବରିଷ୍ଠ ବିଜେପି ନେତା ତଥା ଖଣ୍ଡପଡ଼ାର ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ତାଙ୍କର ହଜାର ହଜାର ସମର୍ଥକଙ୍କ ସହିତ ଏକ ପଟୁଆରରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ସେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଖଣ୍ଡପଡ଼ା ବିଧାୟକ ରହିଥିଲେ ସିଦ୍ଧାର୍ଥ । ତେବେ ୨୦୧୪ରେ ବିଜେଡ଼ି ତାଙ୍କୁ ଟିକଟ ଦେଇ ନଥିଲା । ୨୦୧୬ରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦାନ କରିଥିଲେ ।

ସେହିପରି ମଙ୍ଗଳବାର ଦିନ ଓଡ଼ିଶାର ଭିନ୍ନ ଭିନ୍ନ ବିଧାନସଭା ଆସନ ଲାଗି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ଦାଖଲ କରିଥିବା ଦେଖାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ନୟାଗଡ଼ରେ ବିଜେଡ଼ି ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ, କଟକ ସଦର ଆସନରୁ ବିଜେପି ପ୍ରାର୍ଥୀ ଦିଲିପ ମଲ୍ଲିକ, ରଣପୁରର ବିଜେପି ପ୍ରାର୍ଥୀ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରଣପୁର ବିଜେଡ଼ି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ଭୁବନେଶ୍ୱର ଏକାମ୍ର ଆସନ ପ୍ରାର୍ଥୀ ବାବୁ ସିଂହ ମଧ୍ୟ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ସେପଟେ କଟକ ବାରବାଟୀ ଆସନରେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ବରିଷ୍ଠ ନେତା ସମୀର ଦେ ମଧ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଆସନରେ ବିଜେଡ଼ିର ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ ମଧ୍ୟ ମଙ୍ଗଳବାର ଦିନ ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.