Latest Odisha News

ଖଣ୍ଡପଡ଼ାରୁ କଟିଲେ ଅନୁଭବ, ଲଢ଼ିବେ ସୌମ୍ୟ

ଭୁବନେଶ୍ୱର: ବିଜେଡ଼ିର ସଦ୍ୟତମ ପ୍ରାର୍ଥୀ ତାଲିକାରେ ଦେଖିବାକୁ ମିଳିଛି ଚମକ । ସାତଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବାବେଳେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ଟିକେଟ୍‍ ମିଳିବା ଆଜିର ସବୁଠାରୁ ବଡ଼ ଖବର ପାଲଟିଛି । ବିଧାୟକ ଅନୁଭବ ପଟ୍ଟନାୟକଙ୍କ ସ୍ଥାନରେ ସୌମ୍ୟଙ୍କୁ ମିଳିଛି ଟିକେଟ୍‍ ।

ଏଥିସହିତ ଅନ୍ୟ ଛଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମଧ୍ୟ ଘୋଷଣା କରିଛି ବିଜେଡ଼ି ।

ଭୁବନେଶ୍ୱର ‘ମଧ୍ୟ’ରୁ ବିଜୟ ମହାନ୍ତିଙ୍କ ଜାଗାରେ ଅନନ୍ତ ନାରାୟଣ ଜେନା, ‘ଉତ୍ତର’ରୁ ପ୍ରିୟଦର୍ଶୀ ମିଶ୍ରଙ୍କ ବଦଳରେ ସୁଶାନ୍ତ ରାଉତ, ଆଠମଲିକରୁ ରମେଶ ସାଏ, ପାଳଲହଡ଼ାରୁ ମୁକେଶ ପାଲ, କୋରେଇରୁ ଚଳଚ୍ଚିତ୍ର ଅଭିନେତା ଆକାଶ ଦାସ ନାୟକଙ୍କ ଜାଗାରେ ଅଶୋକ ବଳ ଏବଂ ଯାଜପୁରରୁ ପ୍ରଣବ ପ୍ରକାଶ ଦାସ ଟିକେଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

Leave A Reply

Your email address will not be published.