Latest Odisha News

BREAKING NEWS

ଏମପିରେ ବିଜେପିକୁ ଜିତାଇ ନ ଦେବା ପାଇଁ କଂଗ୍ରେସର ପ୍ଲାନ ଏବିସିଡି !

ଭୁବନେଶ୍ୱର: ରାତି ପାହିଲେ ଭୋଟ ଗଣତି। ଏମପିରେ ପ୍ରସ୍ତୁତି ଜୋରଦାର ଚାଲିଛି। ସେପଟେ ଉଭୟ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଜିତିବା ଦାବି ସହ ସରକାର ଗଢିବାକୁ ପ୍ରସ୍ତୁତ ହେଉଛନ୍ତି।

ଏ ଭିତରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ସରକାର ଗଢିବାକୁ ବିଭିନ୍ନ ବିକଳ୍ପ ଉପରେ ଆଲୋଚନା ହେଉଛି।

ଦଳ ପକ୍ଷରୁ ପ୍ଲାନ ଏ ରୁ ଆରମ୍ଭ କରି ପ୍ଲାନ ଡି ପର୍ଯ୍ୟନ୍ତ ସବୁ ପ୍ରସ୍ତୁତି କରାଯାଇଛି। କୌଣସି ସ୍ଥିତିର ମୁକାବିଲା କରିବାକୁ ଦଳ ଯୋଜନା କରିଛି। ସେପଟେ ଘୋଡ଼ା ବେପାର ପ୍ରସଙ୍ଗକୁ ମଧ୍ୟ ଧ୍ୟାନରେ ରଖି ଯୋଜନା କରାଯାଉଛି।

ବହୁ ଏକଜିଟ ପୋଲ ବିଜେପି ଜିତିବା ନେଇ ଆକଳନ କରୁଥିଲେ ମଧ୍ୟ ଏସବୁ ଜାଣିଶୁଣି କରାଯାଇଥିବା ପିସିସି ସଭାପତି କମଳନାଥ କହିଛନ୍ତି। ଏପରିକି ଯଦି ବିଜେପି ସ୍ପଷ୍ଟ ବହୁମତରେ ଜିତୁଛି ତାହେଲେ ନିର୍ଦଳୀୟ ଓ ଅନ୍ୟ ପ୍ରାର୍ଥୀଙ୍କ ସହ କାହିଁକି ଆଲୋଚନା କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେପଟେ ଭୋଟ ଗଣତି ବେଳେ କିଛି ଭୁଲ କରାଯିବାର ଆଶଙ୍କା ବ୍ୟକ୍ତ କରିବା ସହ ଏହା ଉପରେ ନଜର ରଖିବାକୁ କଂଗ୍ରେସ ନେତୃତ୍ୱ ନିର୍ଦେଶ ଦେଇଛନ୍ତି।

କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ରାଜ୍ୟ ନେତୃତ୍ବଙ୍କ ସହ ଯୋଗାଯୋଗରେ ରହିଛନ୍ତି। କଂଗ୍ରେସ ନେତା ଓ କର୍ଯ୍ୟକର୍ତା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କୁହାଯାଇଛି।

କଂଗ୍ରେସ ନେତାଙ୍କ କହିବା କଥା ଦଳର ନିଜସ୍ୱ ସର୍ଭେ ଅନୁଯାୟୀ ଦଳ ଆଗୁଆ ରହିଛି। ଗତ ନିର୍ବାଚନରେ କଂଗ୍ରେସ ୧୫ ବର୍ଷର ବ୍ୟବଧାନ ପରେ ଶାସନକୁ ଫେରିଥିଲା। କିନ୍ତୁ ୧୫ ମାସର ସରକାର ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ଭାଙ୍ଗିଥିଲା।

ତେଣୁ ଏଥର ବିଜେପିକୁ ସେମିତି କିଛି ସୁଯୋଗ ନ ଦେବାକୁ ଦଳ ସମସ୍ତ ପ୍ରସ୍ତୁତି କରିଛି। ଅନ୍ୟପକ୍ଷରେ ବିଜେପି ନିଜର ନିଶ୍ଚିତ ବିଜୟକୁ ନେଇ ବେଶ ଆଶାବାଦୀ ଥିବାବେଳେ ମୂଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଗଣନା ଆରମ୍ଭ କରିଛି।

ଶିବରାଜ ସିଂ ଚୌହାନ ଲଗାତର ଏମପିର ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ଯଦି ବିଜେପି ଜିତେ ତାହେଲେ ଆଉ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନ ପାରେ ବୋଲି ଆଲୋଚନା ହେଉଛି।

ସେ ଭିତରେ ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟ କହିଛନ୍ତି କି ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ। ତେଣୁ ଫଳାଫଳ ଆସିବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବାବେଳେ ଏମପିର ଉଭୟ ଦଳ ପ୍ରସ୍ତୁତିକୁ ବ୍ୟାପକ କରିଛନ୍ତି।

Leave A Reply

Your email address will not be published.