Latest Odisha News

BREAKING NEWS

ଏହି ଦିନ ରିଲିଜ ହେବ ସାମନ୍ଥା ଓ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘ଖୁସି’

ମୁମ୍ବାଇ: ସାଉଥ ସୁନ୍ଦରୀ ସାମନ୍ଥା ଓ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଖୁସି’କୁ ପ୍ରଶଂସକମାନେ ଅନାଇ ବସିଛନ୍ତି । ଆଉ ପୂର୍ବରୁ ସୂଚନା ମିଳିଥିଲା ଯେ ସାମନ୍ଥାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଫିଲ୍ମର ସୁଟିଂ ଡେରି ହୋଇଛି । ତେବେ ଏହି ଫିଲ୍ମର ପୋଷ୍ଟର ଜାରି କରି ସାମନ୍ଥା ଏହାର ରିଲିଜ ତାରିଖ ବାବଦରେ ଖୁଲାସା କରିଛନ୍ତି । ସାମନ୍ଥା ପୋଷ୍ଟର ରିଲିଜ କରି ଲେଖିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଏହା ରିଲିଜ ହେବାକୁ ଯାଉଛି । ଫିଲ୍ମର ପୋଷ୍ଟରରେ ସାମନ୍ଥା ଓ ବିଜୟ ଦେବରକୋଣ୍ଡା ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ‘ଖୁସି’ର ନିର୍ଦ୍ଦେଶନା ଶିବନିର୍ବାଣ କରିଥିବାବେଳେ ଏହା ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲାମ ଭାଷାରେ ରିଲିଜ ହେବ ।

ସୂଚନା ଥାଉ କି ଏହାପରେ ସାମନ୍ଥା ଫିଲ୍ମ ‘ଶକୁନ୍ତଳମ’ରେ ମଧ୍ୟ ନଜର ଆସିବେ । ଉଲ୍ଲେଖ ଥାଉ କି ସାଉଥ ସିନେମାକୁ ଏବେ ସମଗ୍ର ଦେଶର ଲୋକ ବହୁତ ପସନ୍ଦ କରୁଥିବାବେଳେ ଆରଆରଆର, କେଜିଏଫ-୨ ଓ ପୁଷ୍ପା ଭଳି ଫିଲ୍ମ ଏହାର ବଳିଷ୍ଠ ପ୍ରମାଣ ଭାବେ ଉଭା ହୋଇଛି । ସେହିପରି ସାମନ୍ଥା ଓ ବିଜୟ ଦେବରକୋଣ୍ଡାଙ୍କର ସାରା ଭାରତରେ ପ୍ରଶଂସକ ଥିବାରୁ ଏହି ଫିଲ୍ମ ମଧ୍ୟ ହିଟ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଇଛି ।

Leave A Reply

Your email address will not be published.