Latest Odisha News

BREAKING NEWS

ଦମଦାର ଲୁକ ସାଙ୍ଗକୁ ଆକର୍ଷଣୀୟ ମୂଲ୍ୟରେ ପୁଣି ଗ୍ରାହକଙ୍କ ନିକଟକୁ ଫେରୁଛି ‘ଟାଟା ସୁମୋ’

ମୁମ୍ବାଇ: ଦିନେ ରାସ୍ତାରେ ଟାଟା ସୁମୋର ରାଜ ଥିଲା । ପାହାଡ ହେଉ କି କଚ୍ଚା ରାସ୍ତା ଟାଟା ସୁମୋ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଥିଲା । ତେବେ ୮ ଜଣଙ୍କ ବସିବା ସୁବିଧା ଥିବା ଏହି ଗାଡି ସମୟ କ୍ରମେ ହଜିଯାଇଥିଲା । ବିଶେଷ କରି ମହିନ୍ଦ୍ରାର ବୋଲେରୋ ଓ ସ୍କର୍ପିଓ ଆସିବା ପରେ ଏହି ଗାଡିର ଚମକ କମିଯାଇଥିଲା । ତେବେ ସୁମୋ ପ୍ରେମୀଙ୍କ ପାଇଁ ଆଜି ଏକ ଖୁସି ଖବର ଅଛି । କାରଣ ଟାଟା ପୁଣି ଥରେ ଏହି ଗାଡିକୁ ବଜାରକୁ ଆଣିବାକୁ ଯାଉଛି । ଏଥର ଟାଟା ସୁମୋକୁ ଆକର୍ଷଣୀୟ ଲୁକ ସାଙ୍ଗକୁ ଏକସୟୁଭି ମଡେଲରେ ଆଣିବାକୁ କମ୍ପାନୀ ଯୋଜନା କରିଛି । କମ୍ପାନୀ ଆଶା ରଖିଛି ଯେ ଟାଟା ସୁମୋର ନୂଆ ଭର୍ସନକୁ ଲଂଚ କରିବା ପରେ ଏହା ବଜାରରେ ସ୍କର୍ପିଓ ଓ ଟୋୟୋଟାର ଇନୋଭାକୁ କଡା ଟକ୍କର ଦେବ ।

ରିପୋର୍ଟ ମୁତାବକ ବର୍ତ୍ତମାନ କମ୍ପାନୀ ଏହାର ମୂଲ୍ୟ ଏବଂ ଲଞ୍ଚ ତାରିଖ ବିଷୟରେ ଯଦିଓ ଘୋଷଣା କରିନାହିଁ, ତେବେ ଏହାର ପ୍ରାରମ୍ଭିକ ମୂଲ୍ୟ ୭.୨୮ ଲକ୍ଷରୁ ୮.୬୮ ଲକ୍ଷ ଏକ୍ସ-ସୋରୁମ ମଧ୍ୟରେ ରହିବ । ଅଗଷ୍ଟ ୨୦୨୩ ସୁଦ୍ଧା ଏହି କାର ବଜାରରେ ଉପଲବ୍ଧ ହେବ ବୋଲି ଆକଳନ କରାଯାଇଛି। କାରଟି ଏକ ଲିଟରରେ ୧୫ କିଲୋମିଟରର ମାଇଲେଜ୍ ଦେବ। ନୂତନ ସୁମୋରେ କ୍ରୁଜ୍ କଣ୍ଟ୍ରୋଲ୍, ଏଡିଏସ୍, ସନରୁଫ୍, ବ୍ଲୁଟୁଥ୍ କନେକ୍ଟିଭିଟି, ବଡ଼ ସ୍କ୍ରିନ ମ୍ୟୁଜିକ୍ ସିଷ୍ଟମ, ହ୍ୟାଣ୍ଡସ ଫ୍ରି ମୋବାଇଲ୍ ଫୋନ୍ ରିସେପ୍ସନ୍, ଫଗ ଲ୍ୟାମ୍ପ, ପାୱାର ଷ୍ଟିଅରିଂ, ପାୱାର ୱିଣ୍ଡୋ ଭଳି ବୈଶିଷ୍ଟ୍ୟ ମିଳିବ ।

Leave A Reply

Your email address will not be published.