Latest Odisha News

BREAKING NEWS

ସିବିଏସ୍ଇ ରେଜଲ୍ଟରେ କିଟ୍ ଇଣ୍ଟରନ୍ୟାସାନାଲ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦ୍ୱାଦଶ ଶ୍ରେଣୀ ସ୍କୁଲ୍‍ର ଛାତ୍ରୀ ସ୍ନେହା ନାୟକ କଳାରେ ଓଡ଼ିଶା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ।

କଳା, ବାଣିଜ୍ୟ ଓ ବିଜ୍ଞାନରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ପାସ୍‍ କରିବା ସହ ଶତ ପ୍ରତିଶତ ସଫଳତା ଲାଭ କରିଛନ୍ତି । ସ୍କୁଲ୍‍ର ୩୫ ପ୍ରତିଶତ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍କୁଲ୍‍ର ଛାତ୍ର ଶୁଭମ ସୋହନ ବିଜ୍ଞାନରେ ଓ ପ୍ରାଚୁର୍ଯ୍ୟ ମହାନ୍ତି ବାଣିଜ୍ୟରେ ସର୍ବାଧିକ ୯୮ ପତିଶ୍ରତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେହିପରି ବିଜ୍ଞାନରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୬୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍କୁଲ୍‍ର ସୁଶ୍ରୀ ମନିଷା ମଲ୍ଲିକ, ଅସ୍ତୁ ନାୟକ ଓ ଅଦିତି ନାୟକ ସର୍ବାଧିକ ୯୭ ପ୍ରତିଶତ ନମ୍ବର ରଖିଛନ୍ତି ।

ସ୍କୁଲ୍‍ର ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ବାସ୍ତବ ଅର୍ଥରେ ଏକ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଏବଂ ଏହା ସମଗ୍ର ଭାରତରେ ସର୍ବୋତ୍କୃଷ୍ଠ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ମଧ୍ୟରେ ଅନ୍ୟତମ । ଏହି ସ୍କୁଲ୍‍ ପ୍ରତିଷ୍ଠା ହେବା ଦିନଠାରୁ ଏହାର ଛାତ୍ରଛାତ୍ରୀମାନେ ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ଆସୁଛନ୍ତି ।

ଏହି ଅବସରରେ ସେ ସଫଳତା ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍କୁଲ୍‍ର ଚେୟରାପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଶ୍ରୀ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କଲରାବାଙ୍କ ସ୍ମାର୍ଟ ଭିଲେଜସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ୍‍ ଓ ସହରାଞ୍ଚଳ ଗରିବ ପିଲାଙ୍କ ପାଇଁ ଦିଲ୍ଲୀରେ ପ୍ରତିଷ୍ଠିତ କିସ୍‍-ଦିଲ୍ଳୀର ଛାତ୍ରଛାତ୍ରୀମାନେ ମଧ୍ୟ ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ୍‍ କରିଛନ୍ତି । ଏଥିରେ ଶ୍ରୀ ସାମନ୍ତ ଆନନ୍ଦ ପ୍ରକାଶ କରି ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.