Latest Odisha News

BREAKING NEWS

ମ୍ୟାଗସେସେ ପୁରସ୍କାର ନେବାକୁ ମନା କଲେ କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଶୈଳଜା

ନୂଆଦିଲ୍ଲୀ: କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ସମ୍ମାନଜନକ ମ୍ୟାଗସେସେ ପୁରସ୍କାର ନେବାକୁ ମନା କରିଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକଳାପକୁ ଆଖି ଆଗରେ ରଖାଯାଇ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା । ନିପା ଭାଇରସ ଓ କୋଭିଡ ମହାମାରୀ ପରି ରୋଗର ମୁକାବିଲା ପାଇଁ ସେ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ତେବେ ଏହି ପୁରସ୍କାର ପ୍ରାୟତଃ ସାଧାରଣ ଜନତାଙ୍କୁ ଦିଆ ଯାଇଥାଏ । ମୁଁ ଜଣେ ରାଜନୈତିକ ବ୍ୟକ୍ତି ଏବଂ ସିପିଆଇ(ଏମ)ର କେନ୍ଦ୍ରୀୟ କମିଟି ସଦସ୍ୟା ହୋଇଥିବାରୁ ପୁରସ୍କାର ନେବା ଉଚିତ ହେବ ନାହିଁ ।

ଦଳର ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତି ନେଇଛି ବୋଲି ସେ କହିଛନ୍ତି । ପୁରସ୍କାର କମିଟି ମୋ ସହିତ ଯୋଗାଯୋଗ କରିବା ପରେ ମୁଁ ସେମାନଙ୍କୁ ଏଥିପାଇଁ ମନା କରିଥିଲି । ନିସ୍ୱାର୍ଥପର ସେବା ପାଇଁ ଏହି ପୁରସ୍କାର ଏସିଆର ପକ୍ଷରୁ ପ୍ରଦାନ କରାଯାଇଥାଏ । ଏହାକୁ ପରୋକ୍ଷରେ ଭାରତର ନୋବେଲ ପୁରସ୍କାର ମଧ୍ୟ କୁହାଯାଏ ।

Leave A Reply

Your email address will not be published.