Latest Odisha News

ଆମେରିକାର ଆଲାସ୍କାରେ ବଡ ଧରଣର ଭୂକମ୍ପ: ସୁନାମୀକୁ ନେଇ ଆଲର୍ଟ ଜାରି

ୱାଶିଂଟନ୍: ଆମେରିକାର ଆଲାସ୍କାରେ ଆଜି ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଏହି ଭୂକମ୍ପର ଝଟକା ଏତେ ଅଧିକ ଥିଲା ଯେ ଏନେଇ ସୁନାମୀ ଆଲର୍ଟ ଦିଆଯାଇଛି ।

USGSର ରିପୋର୍ଟ ଅନୁଯାୟୀ ଭୂକମ୍ପ ୯.୩ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା । ସ୍ୟାଣ୍ଡ ପଏଣ୍ଟର ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରାୟ ୫୫ ମାଇଲ (୮୯ କିଲୋମିଟର) ଦୂରରେ ଆଜି ଦିନ ପ୍ରାୟ ୧୦.୪୮ ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଆଲାସ୍କା ପେନିଞ୍ଜୁଲା ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିବା ସୂଚନା ମିଳିଛି।

ମାର୍ଚ୍ଚ ୧୯୬୪ରେ ଆଲାସ୍କାରେ ଭୟଙ୍କର ଭୂମିକମ୍ପ ଆସିଥିଲା l ରିକ୍ଟର ସ୍କେଲରେ ଏହାର ତୀବ୍ରତା ୯.୨ ରେକର୍ଡ କରାଯାଇଥିଲା l ଭୂମିକମ୍ପ ଓ ସୁନାମି ଯୋଗୁଁ ପ୍ରାୟ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ l

 

Leave A Reply

Your email address will not be published.