Latest Odisha News

ଜଣେ ସୁସ୍ଥ ମଣିଷକୁ କରୋନା କେମିତି ଆକ୍ରାନ୍ତ କରେ ? ଜାଣନ୍ତୁ

ନୂଆଦିଲ୍ଲୀ: ଯେତେବେଳେ କୌଣସି ସୁସ୍ଥ ବ୍ୟକ୍ତି କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିଙ୍କ ଶ୍ୱାସ ସଂସ୍ପର୍ଶରେ ଆସେ କିମ୍ବା ସ୍ପର୍ଶ କରେ, ତା’ ଶରୀରରେ କରୋନାଭାଇରସ ପ୍ରବେଶ କରେ । ଏହାପରେ ସୁସ୍ଥ ବ୍ୟକ୍ତି ନିଜ ହାତକୁ ସଫା ନକରି ଆଖି, ମୁହଁ କିମ୍ବା ନାକକୁ ଛୁଏଁ ସେତେବେଳେ କୋଭିଡ-୧୯ ଭୂତାଣୁ ସେହି ବ୍ୟକ୍ତିର ଗଳାକୁ ଚାଲିଯାଏ ଓ କୋଷରେ ଲାଗି କି ରହିଯାଏ । ଏହାପରେ କରୋନାଭାଇରସ ନିଜର ଆନୁବଂଶିକ ସାମଗ୍ରୀ ଗଳାରେ ଥିବା କୋଷକୁ ସ୍ଥାନାନ୍ତର କରିଦିଏ । ଯଦ୍ୱାରା ସେହି ବ୍ୟକ୍ତିର କୋଷ ଗୁଡିକ ଏକ କାରଖାନାରେ ପରିବର୍ତ୍ତିତ ହୋଇଯାଏ । ଯିଏ ଆହୁରି ଅଧିକ କରୋନାଭାଇରସ ସୃଷ୍ଟି କରେ ।

BjdElectrycity

କରୋନାଭଇରସ ଗଳାରୁ ତଳକୁ ବଢ଼ି ବଢ଼ି ଚାଲେ, ସେତେବେଳେ ବ୍ୟକ୍ତି ଶରୀରରେ ଜ୍ୱର ଓ କାଶ ହେବା ଆରମ୍ଭ ହୋଇଯାଇଥାଏ । ଏହା ସଙ୍କେତ ଦିଏ କି ବ୍ୟକ୍ତିର ପ୍ରତିରୋଧକ ଶକ୍ତି ସେହି ସମୟରେ କୋଭିଡ-୧୯ ସହ ଲଢୁଛି । କରୋନା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ପ୍ରାରମ୍ଭିକ ସମୟରେ ଏହାର ଲକ୍ଷଣ ଦେଖାଯାଇ ନଥାଏ ।

Leave A Reply

Your email address will not be published.