Latest Odisha News

୩୧ ନୁହେଁ ୩୦ରେ ବସିବ ବିଧାନସଭା…ଲୋକସେବା ଭବନର କନଭେନସନ ହଲରେ ଚାଲିବ ଅଧିବେଶନ

ଭୁବନେଶ୍ୱର: ରାଜଧାନୀରେ ତୃତୀୟ କରୋନା ରୋଗୀ ଚିହ୍ନଟ ପରେ ଚିନ୍ତା ବଢିଯାଇଛି । ରୋଗୀ ଜଣଙ୍କ ବିଧାନସଭା ପରିସରରେ ବହୁ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସଂକ୍ରମଣଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକାନ୍ତବାସରେ ରଖାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏଥି ସହ ବିଧାନସଭାକୁ ପରିଚ୍ଛନ୍ନ କରାଯିବ ବୋଲି ଜଣାପଡିଛି ।

ତେବେ ଆସନ୍ତା ୩୧ ତାରିଖରେ ଗୋଟିଏ ଦିନ ପାଇଁ ବସିବାକୁ ଥିବା ବିଧାନସଭା ଅଧିବେଶନର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ଏହି ଦିନ ବ୍ୟୟମଂଜୁରୀ ବିଲ୍ ପାସ୍ ହେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ତୃତୀୟ କରୋନା ରୋଗୀ ଚିହ୍ନଟ ପରେ ୩୧ ତାରିଖ ପରିବର୍ତ୍ତେ ୩୦ ତାରିଖରେ ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହି ଅଧିବେସନ ଲୋକସେବା ଭବନର କନଭେନସନ ହଲରେ ବସିବ ବୋଲି ସୂଚନା ଦିଆଯାଇଛି । ବିଧାୟକମାନେ ଦୁଇ ମିଟର ବ୍ୟବଧାନରେ ବସିବ । ପ୍ରତି ଦଳର ନେତାମାନଙ୍କୁ ନିଜ ଦଳର ମାତ୍ର ୩୦ ପ୍ରତିଶତ ବିଧାୟକଙ୍କୁ ଆଣିବା ପାଇଁ ଅନୁରୋଧ କରାଯାଇଛି । ଅଧିବେଶନରେ ଯୋଗ ଦେବାକୁ ଆସିବାକୁ ଥିବା ବିଧାୟକମାନଙ୍କୁ ବାଟରେ ନ ଅଟକାଇବା ପାଇଁ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ କୁହାଯାଇଛି ।

Leave A Reply

Your email address will not be published.