Latest Odisha News

BREAKING NEWS

କୋଭିଡ-୧୯: ତୃତୀୟ ସଂକ୍ରମିତଙ୍କ ପତ୍ନୀ, ଝିଅ ସହ କ୍ୱାରେଣ୍ଟାଇନରେ ଡ୍ରାଇଭର

ଭୁବନେଶ୍ୱର: ଓଡିଶାରେ ନୂଆ କରୋନାଭାଇରସ ମାମଲା ଚିହ୍ନଟ ହୋଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ଶୁକ୍ରବାର ଦିନ କହିଛନ୍ତି କୋଭିଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ।

ସମ୍ପୃକ୍ତ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଗଣମାଧ୍ୟମରେ ବିସ୍ତୃତ ବିବରଣୀ ଦେଇ ଶ୍ରୀ ବାଗଚି କହିଛନ୍ତି, “ଉକ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୭ରେ ଦିଲ୍ଲୀ ଯାତ୍ରା କରିଥିଲେ। ଦିଲ୍ଲୀରେ ରହିବା ସମୟରେ ସେ ହରିୟାଣାର ରେୱାରୀ ଗସ୍ତରେ ଯାଇଥିଲେ । ପରେ ସେ, ତାଙ୍କ ପତ୍ନୀ ଏବଂ ଝିଅ ସହ ମାର୍ଚ୍ଚ ୧୦ ତାରିଖରେ ଇଣ୍ଡିଗୋ ବିମାନ ୬ଋ ୨୦୧୪ ଯୋଗେ ଭୁବନେଶ୍ୱର ଅଭିମୁଖେ ଆସିଥିଲେ ।

ପରେ ସେ ଅସୁସ୍ଥତା ଅନୁଭୂତ କରିବାରୁ ମାର୍ଚ୍ଚ ୨୧ରେ କର କ୍ଲିନିକର ଆୟୁର୍ବେଦିକ ବିଭାଗ (ଓପିଡି) ଯାଇଥିଲେ ଏବଂ ନିମୋନିଆ ପାଇଁ ମାର୍ଚ୍ଚ ୨୪ ଦିନେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବୋଲି ଶ୍ରୀ ବାଗଚି କହିଛନ୍ତି।

ପରବର୍ତ୍ତୀ ସମୟରେ ମାର୍ଚ୍ଚ ୨୫ରେ ସେ କ୍ୟାପିଟାଲ ହସ୍ପିଟାଲର ଡାକ୍ତରମାନଙ୍କ ସହିତ ପରାମର୍ଶ କରିଥିଲେ। ସେଠାରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଜ୍ଝ ଯାହା ପଜିଟିଭ ବାହାରିଥିଲା ବୋଲି ସେ କହିଛନ୍ତି।

ଶ୍ରୀ ବାଗଚି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସମ୍ପର୍କରେ ଆସିଥିବା ବିମାନ, କର କ୍ଲିନିକ୍ ଏବଂ ଓଡିଶା ବିଧାନସଭାର କର୍ମଚାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାବ୍ୟତିତ ତାଙ୍କ ପତ୍ନୀ, ଝିଅ ଏବଂ ଡ୍ରାଇଭରଙ୍କୁ କ୍ୱାରେଣ୍ଟାଇନ ରଖାଯାଇଛି ।

ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ୧୪ ଦିନ ଲାଗି ଆଇସୋଲେସନରେ ରଖିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.