Latest Odisha News

BREAKING NEWS

ଆତ୍ମହତ୍ୟା କରିବାକୁ ଯାଉଥିଲେ ବ୍ୟକ୍ତି, ବଞ୍ଚାଇଦେଲା ବିରିୟାନୀ

କୋଲକାତା: କୁହନ୍ତି ପେଟ ପାଇଁ ସବୁ ନାଟ । ସବୁ ଲୋକ ଖାଇବା ପାଇଁ ହିଁ ରୋଜଗାର କରିଥାନ୍ତି । ଭଲ ଖାଇବା, ଭଲରେ ରହିବା ପ୍ରାୟ ସମସ୍ତଙ୍କ ସ୍ଵପ୍ନ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ନିଜ ଜୀବନକୁ ନେଇ ବିରକ୍ତ ହୋଇ ଆତ୍ମହତ୍ୟା କରିବାକୁ ଯାଉଥିଲେ । କୋଲକାତାର ସବୁଠାରୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏକ ପୋଲ ଉପରେ ଚଢି ଆତ୍ମହତ୍ୟା କରିବାର ଧମକ ଦେଇଥିଲେ । ଏହା ଦେଖି ସେଠାରେ ଲୋକ ରୁଣ୍ଡ ହୋଇଗଲେ । ସଙ୍ଗେ ସଙ୍ଗେ ପୋଲିସ ମଧ୍ୟ ସେଠାରେ ପହଞ୍ଚିଲା । ଯିଏ ଯେତେ ବୁଝାଇଲେ ବି ବ୍ୟକ୍ତି ଜଣଙ୍କ ତାଙ୍କ ଜିଦ୍ ଛାଡିନଥିଲେ । ପୋଲିସ ତାଙ୍କୁ ମରିବାର କାରଣ ପଚାରିବାରୁ ସେ କହିଥିଲେ ଯେ, “ମୋ ସ୍ତ୍ରୀ ମୋତେ ଛାଡି ଚାଲିଯାଇଛି । ତେଣୁ ମୁଁ ମରିବାକୁ ଚାହୁଁଛି ।“

ଅନେକ ବୁଝାସୁଝା କରିବା ପରେ ମଧ୍ୟ ତାଙ୍କ ଉପରେ କୌଣସି ପ୍ରଭାବ ପଡିନଥିଲା । ଅନେକ ଖୋଳତାଡ କରିବା ପରେ ଜଣାପଡିଲା ଯେ, ସେହି ପାଖାପାଖି ଅଞ୍ଚଳରେ ସେ ରହୁଛନ୍ତି । ମଧ୍ୟାହ୍ନ ସମୟରେ ସେ ତାଙ୍କ ଝିଅଙ୍କୁ ନେଇ ଯାଉଥିଲେ । ହଠାତ୍ ତାଙ୍କ ମନରେ ମରିବା ଚିନ୍ତା ଆସିଥିଲା । ଏହାପରେ ସେ ହଠାତ୍ ଗାଡି ରଖିଲେ ଆଉ ତାଙ୍କ ଫୋନ କେଉଁଠାରେ ପଡିଯାଇଛି ବୋଲି ଝିଅକୁ କହିଲେ । ଫୋନକୁ ଖୋଜିବା ବାହାନାରେ ସେ ହଠାତ୍ ପାଖରେ ଥିବା ଏକ ପୋଲ ଉପରେ ଚଢିଯାଇଥିଲେ ଏବଂ ମରିବାକୁ ଧମକ ଦେଇଥିଲେ ।

ପୋଲିସ କହିବା ଅନୁସାରେ, ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କ ବିଚ୍ଛେଦ ଓ ବ୍ୟବସାୟରେ କ୍ଷତି କାରଣରୁ ମାନସିକ ଚାପରେ ଥିଲେ । ଏବଂ ମାନସିକ ଭାରସ୍ୟାମ ହରାଇ ସେ ଏପରି ନିଷ୍ପତି ନେଇଥିଲେ । ପୋଲିସ ତାଙ୍କୁ ଓଲ୍ହାଇବା ପାଇଁ ସମସ୍ତ ପ୍ରକାରର ପନ୍ଥା ଆପଣାଇଥିଲା । ମାତ୍ର କିଛି ଫଳପ୍ରଦ ହୋଇନଥିଲା । ଶେଷରେ ପୋଲିସ ଅଗ୍ନିଶମ ବାହିନୀଙ୍କ ସହାୟତାରେ ତାଙ୍କୁ ଓଲ୍ହାଇବାକୁ ଚେଷ୍ଟା କରାଗଲା । ବ୍ୟକ୍ତିଙ୍କ ଝିଅ ସହ ପୋଲିସ କର୍ମୀ କଥାବାର୍ତ୍ତା ହେବାରୁ ଜଣାପଡିଥିଲା ଯେ, ବ୍ୟକ୍ତି ଜଣଙ୍କ ବିରିୟାନୀ ଖାଇବାକୁ ବହୁତ ଭଲପାଆନ୍ତି । ଶେଷରେ ତାଙ୍କୁ ତଳକୁ ଓଲ୍ହାଇବାକୁ ବିରିୟାନୀ ଲୋଭ ଦେଖାଗଲା । ବିରିୟାନୀ ଓ ଚାକିରି ଲୋଭରେ ବ୍ୟକ୍ତି ଜଣଙ୍କ ଶେଷରେ ତଳକୁ ଓଲ୍ହାଇଥିଲେ ।

Leave A Reply

Your email address will not be published.