Latest Odisha News

BREAKING NEWS

ଐଶ୍ୱର୍ଯ୍ୟାଙ୍କ ଆଖି ଓ ତ୍ୱଚା ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ । ଏକନାଥ ସିନ୍ଦେ ସରକାରର ଜଣେ ମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ମହାରାଷ୍ଟ୍ରର ଆଦିବାସୀ ମନ୍ତ୍ରାଳୟର ମନ୍ତ୍ରୀ ଡା.ବିଜୟକୁମାର ଗାବିତ ଏକ ବୟାନ ଦେଇ କହିଛନ୍ତି, ମାଛ ଖାଇଲେ ତ୍ୱଚା ଚିକ୍କଣ ହୁଏ । ସେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉଦାହରଣ ଦେଇ କହିଥିଲେ, ଏହି କାରଣରୁ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଆଖି ଏବଂ ତ୍ୱଚା ସୁନ୍ଦର । ଭାଷଣ ଦେବାବେଳେ ମନ୍ତ୍ରୀ ମାଛ ଖାଇବାର ଉପକାରିତା ବିଷୟରେ କହୁ କହୁ ଏକଥା କହି ଦେଇଥିଲେ । ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।

ଧୁଲେ ଜିଲ୍ଲାର ଅନ୍ତୁରଳି ନାମକ ଏକ ସ୍ଥାନରେ ଆଦିବାସୀ କେଉଟଙ୍କୁ ମାଛଧରା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଥିଲା । ଏହି  କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ବିଜୟ କୁମାର ଗାବିତ  । କେଉଟ ସଂପ୍ରଦାୟକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ, ‘ଆପଣମାନ; ଐଶ୍ୱର୍ଯ୍ୟା ରାୟଙ୍କ ଆଖିକୁ ଦେଖିଛନ୍ତି । ବଙ୍ଗାଲୋରର ସମୁଦ୍ର କୂଳରେ ରହୁଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଆଖି ଖୁବ ସୁନ୍ଦର ଏବଂ ଆକର୍ଷଣୀୟ  । କାରଣ ସେ ପ୍ରତିଦିନ ମାଛ ଖାଆନ୍ତି ।

ସେତିକି ନୁହେଁ, ଭାଷଣ ପ୍ରସଙ୍ଗରେ ମନ୍ତ୍ରୀ ଗାବିତ ଆହୁରି କହିଥିଲେ, ମାଛ ଖାଇବା ଦ୍ୱାରା ପୁରୁଷ, ମହିଳା ଉଭୟଙ୍କ ତ୍ୱଚା ଚିକ୍କଣ ହୋଇଥାଏ । ଆଖିର ଚମକ ବଢିଥାଏ । ଯିଏ ଦେଖିବ, ଅବିଭୂତ ହେଇଯିବ । ମନ୍ତ୍ରୀ କହିଥିଲେ, ମାଛରେ ଏକ ପ୍ରକାର ତେଲ ଅଛି ଯାହା ଆଖିର ଚମକ ବଢାଇଥାଏ ଏବଂ ତ୍ୱଚା ବି ଚିକ୍କଣ ହୋଇଥାଏ ।

ମନ୍ତ୍ରୀଙ୍କର ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି

Leave A Reply

Your email address will not be published.