Latest Odisha News

BREAKING NEWS

ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଲେ କୁଚିଣ୍ଡା ଅତିରିକ୍ତ ତହସିଲଦାର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ଏକ ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଧରିଲା ଭିଜିଲାନ୍ସ । ଚଢ଼ାଉ ବେଳେ ତାଙ୍କ ପାଖରୁ ନଗଦ ଅର୍ଥ ମଧ୍ୟ ଜବତ ହୋଇଛି । ଏକ ୮ଜଣିଆ ଭିଜିଲାନ୍ସ ଦଳ ଏହି ଚଢ଼ାଉ କରିଥିଲା । ପରେ ଭିଜିଲାନ୍ସ ଅତିରିକ୍ତ ତହସିଲଦାରଙ୍କ ଘରେ ମଧ୍ୟ ତଦନ୍ତ କରିଛି । ଏପର୍ଯ୍ୟନ୍ତ ତିନି ଲକ୍ଷରୁ ଅଧିକ ଟଙ୍କା ମିଳିଥିବାର ସୂଚନା ରହିଛି । ଅଶୋକ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଆସପଣ୍ଡ ବନ୍ଧ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।

ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଅଫିସ, କୁଚିଣ୍ଡା ସ୍ଥିତ ସରକାରୀ ବାସଭବନ ସହିତ ରାଉରକେଲାରେ ଥିବା ଅତିରିକ୍ତ ତହସିଲଦାରଙ୍କ ଘରେ ଚଢାଉ କରିଛନ୍ତି । ସେପଟେ ଅତିରିକ୍ତ ତହସିଲଦାର ସାରଦା ମହାରଣା କହିଛନ୍ତି ଯେ, ବିନା ଅନୁମତିରେ ଜଙ୍ଗଲ ଭିତରେ ଆଶ୍ ପଣ୍ଡ ଖୋଳାଯାଉଥିଲା । ଏପ୍ରସଙ୍ଗରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହାକୁ ବନ୍ଦ କରାଯାଇଥିଲା । ପୋଖରୀ ଖୋଳାରେ ବ୍ୟବହୃତ ହାଇୱା ଓ ଜେସିବିକୁ ଜବତ କରାଯିବା ସହ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ତେଣୁ ତାଙ୍କୁ ଟାର୍ଗେଟ କରାଯାଉଥିବା ଅତିରିକ୍ତ ତହସିଲଦାର କହିଛନ୍ତି ।

Leave A Reply

Your email address will not be published.