Latest Odisha News

BREAKING NEWS

ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି

ଭୁବନେଶ୍ୱର :  ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଲଟିଯାଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଆଜି ଭୋର୍‌ ୫.୩୦ ବେଳକୁ ‘ଅସାନୀ’ ଉତ୍ତରକୁ ୧୧.୨୦ ଡିଗ୍ରି ଅକ୍ଷାଂଶ ଏବଂ ପୂର୍ବକୁ ୮୯.୩ ଡିଗ୍ରି ଦ୍ରାଘିମା ନିକଟବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିଲା।

ସେପଟେ ବାତ୍ୟାର ମୁକାବିଲା ପାଇଁ  ଅଗ୍ନିଶମ ବିଭାଗର ପ୍ରସ୍ତୁତି । ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆସ୍କା ଲାଇଟ୍, ଜେନେରେଟର, କଟକ, ଲାଇଫ୍ ଜ୍ୟାକେଟ୍ ଆଦି ସାମଗ୍ରୀର ଯାଞ୍ଚ କରିଛନ୍ତି । ଏହା ସହ ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ୱରେ ଥିବା ଗ୍ରାମବାସୀଙ୍କୁ

ତ।ଲିମ୍ ଦିଆଯାଇଛି ।

Leave A Reply

Your email address will not be published.