Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଭାଙ୍ଗିପାରେ ଅନେକ ରେକର୍ଡ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମୋଟେରାରେ ଖେଳାଯିବ । ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି । ସେଗୁଡିକ ହେଲା
୧.କୋହଲି ଭାଙ୍ଗିବେ ପଂଟିଙ୍କ ରେକର୍ଡ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଙ୍କ ଅଧିନାୟକ ଭାବେ ୪୧ ଶତକ ରେକର୍ଡ ସହ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସମକକ୍ଷ ହୋଇଛନ୍ତି । ସେ ଆଉ ଗୋଟିଏ ଶତକ ହାସଲ କଲେ ଏହି ରେକର୍ଡ ଭଙ୍ଗ କରିବେ ।
୨.ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହେବେ ବିରାଟ: ବିରାଟ କୋହଲି ୪ର୍ଥ ଟେଷ୍ଟରେ ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବା ମାତ୍ରେ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହେବେ । ଧୋନୀ ୬୦ ମ୍ୟାଚରେ ଏବଂ କୋହଲି ୫୯ରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି ।

୩.ଅକ୍ଷରଙ୍କ ଦ୍ୱାରା ଭଙ୍ଗ ହେବ ଭଜିଙ୍କ ରେକର୍ଡ: କ୍ରମାଗତ ୩ଟି ମ୍ୟାଚରେ ୫ ଉଇକେଟ ସଫଳତା ହାସଲ କରିବାରେ ଅକ୍ଷର ପଟେଲ ୪ର୍ଥ ଭାରତୀୟ ବୋଲର ପାଲଟିଛନ୍ତି । ସେ ଆଉ ଗୋଟିଏ ୫ ଉଇକେଟ ସଫଳତା ହାସଲ କଲେ ହରଭଜନ ସିଂ, ଶିବରାମ କ୍ରିଷ୍ଣନ ଓ ଜଭାଗଲ ଶ୍ରୀନାଥଙ୍କ ରେକର୍ଡ ଭଙ୍ଗ କରିବେ ।
୪.ଅଶ୍ୱୀନଙ୍କ ଭାଙ୍ଗିବେ ଆମ୍ବ୍ରୋସଙ୍କ ରେକର୍ଡ: ରବିଚନ୍ଦ୍ରନ ଅଶ୍ୱୀନ ଟେଷ୍ଟ କ୍ରିକେଟରେ ୪୦୧ ଉଇକେଟ ହାସଲ କରିଛନ୍ତି । ସେ ଆଉ ଗୋଟିଏ ଉଇକେଟ ନେଲେ ୱେଷ୍ଟଇଣ୍ଡିଜ ପେସର କର୍ଟଲୀ ଆମ୍ବ୍ରୋସଙ୍କ ରେକର୍ଡ ସହ ସମକକ୍ଷ ହେବେ । ଏଥିସହ ଓଭରାଲ ସଫଳ ବୋଲର ତାଲିକାରେ ସେ ୧୫ତମ ସ୍ଥାନରେ ରହିଛନ୍ତି ।
୫.ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟ ସର୍ବାଧିକ ଉଇକେଟ ହାସଲ କରିବାରେ ଭାରତର ଜାହୀର ଖାଁଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନକୁ ଉନ୍ନୀତ ହେବା ସୁଯୋଗ ରହିଛି । ୩ ଫର୍ମାଟରେ ଜାହୀର ୬୧୦ ଉଇକେଟ ନେଇଥିବା ବେଳେ ଅଶ୍ୱୀନ ୬୦୩ ଉଇକେଟ ନେଇଛନ୍ତି । ଏହି ତାଲିକାରେ ୯୫୬ ଉଇକେଟ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି ଅନୀଲ କୁମ୍ବଲେ ।
୬. ଇଂଲଣ୍ଡ ବିପକ୍ଷରେ ଶ୍ରେଷ୍ଠ ଭାରତୀୟ ବୋଲର ହେବେ ଅଶ୍ୱୀନ: ରବିଚନ୍ଦ୍ରନ ଅଶ୍ୱୀନ ଇଂଲଣ୍ଡ ବିପକ୍ଷରେ ୮୦ ଉଇକେଟ ହାସଲ କରିଛନ୍ତି । ବିଶେନ ସିଂ ବେଦୀ ଓ କପିଳ ଦେବ ୮୫ ଲେଖାଁଏ ଉଇକେଟ ନେଇଛନ୍ତି ।
୭.କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆଣ୍ଡରସନଙ୍କ ନିକଟରେ ସୁଯୋଗ: ୪ର୍ଥ ଟେଷ୍ଟରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ ୯ ଉଇକେଟ ହାସଲ କଲେ ଭାରତର ଅନୀଲ କୁମ୍ବଲେଙ୍କ ୬୧୯ ଉଇକେଟ ରେକର୍ଡ ଭାଙ୍ଗିପାରିବେ ।

୮. ସର୍ବାଧିକ ଟେଷ୍ଟ ଖେଳିବାରେ ୪ର୍ଥ ସ୍ଥାନ ହାସଲ କରିବ ଭାରତ: ଟିମ୍ ଇଣ୍ଡିଆ ଆନ୍ତର୍ଜାତୀୟ କ୍ରିକେଟରେ ୫୪୯ ଟେଷ୍ଟ ଖେଳିଛି । ପରବର୍ତୀ ଟେଷ୍ଟ ପରେ ଭାରତ ୪ର୍ଥ ଟିମ୍ ଭାବେ ୫୫୦ ଟେଷ୍ଟ ଖେଳିବ । ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଏହି ଲ୍ୟାଣ୍ଡମାର୍କ ଅତିକ୍ରମ କରି ସାରିଛନ୍ତି ।

Leave A Reply

Your email address will not be published.