Latest Odisha News

BREAKING NEWS

ଜେଡିୟୁ ଛାଡିଲେ ଉପେନ୍ଦ୍ର କୁଶୱାହା, ଗଠନ କଲେ ରାଷ୍ଟ୍ରୀୟ ଲୋକ ଜନତା ଦଳ

ପାଟନା: ନୀତିଶ କୁମାରଙ୍କ ଓ ଉପେନ୍ଦ୍ର କୁଶୱାହାଙ୍କ ରାସ୍ତା ଏବେ ଅଲଗା ହୋଇ ଯାଇଛି । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଶେଷରେ ଉପେନ୍ଦ୍ର ଦୀର୍ଘ ଦିନର ସାଥୀ ନୀତିଶ ଓ ଜେଡିୟୁକୁ ବାଏ ବାଏ କହିଛନ୍ତି । ସୋମବାର ସେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିବା ସହ ରାଷ୍ଟ୍ରୀୟ ଲୋକ ଜନତା ଦଳ ଗଠନ କରି ନିଜେ ଏହାର ଚେୟାରମ୍ୟାନ ରହିଛନ୍ତି । ନୀତିଶ କ୍ରମାଗତ ଭାବେ ତାଙ୍କୁ ବିଦ୍ରୋହୀ ବୋଲି କହି ଆସୁଥିଲେ । କାରପୋଲି ଠାକୁରଙ୍କ ଲିଗାସୀକୁ ଆମେ ଆଗକୁ ବଢ଼ାଇବୁ ବୋଲି ସେ ଘୋଷଣା କରିଛନ୍ତି । ଜେଡିୟୁ ଛାଡିବା ସହ ସେ ବିହାର ବିଧାନ ପରିଷଦର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

ଉପେନ୍ଦ୍ର ଜେଡିୟୁ-ଆରଜେଡି ମହାଗଠବନ୍ଧନରେ ସାମିଲ ହୋଇଥିଲେ । ସେ ନିଜର ରାଷ୍ଟ୍ରୀୟ ଲୋକ ସମତା ପାର୍ଟିକୁ ମଧ୍ୟ ଏଥିରେ ଲୀନ କରାଇଥିଲେ । ଏହା ପରେ ଗଠବନ୍ଧନରେ ଆରଜେଡିର ପ୍ରଭାବ ବୃଦ୍ଧି ପାଇବାରୁ ସେ ବିରୋଧ କରିଥିଲେ । ଏହା ପରେ ନୀତିଶ ଏବଂ ତାଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ନୀତିଶ ତାଙ୍କୁ ଦଳ ଛାଡିବାକୁ କହିଥିଲେ । ଜେଡିୟୁର କେତେକ ବିଧାୟକ କିନ୍ତୁ ଆଜେଡି ସହ ମେଂଟ ହେବା ପରଠାରୁ ନୀତିଶଙ୍କୁ ବିରୋଧ କରି ଆସୁଛନ୍ତି ।

Leave A Reply

Your email address will not be published.