Latest Odisha News

BREAKING NEWS

ବିଜେଡିରେ ମିଶିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

ଭୁବନେଶ୍ଵର; ଯେତିକି ଭାଙ୍ଗୁଛି ସେତିକି ଯୋଡୁଛି । ଦିନକୁ ଦିନ ଯେତିକି ବିଜେଡି ନେତା ଦଳ ଛାଡୁଛନ୍ତି ସେତିକି ଦଳରେ ମିଶୁଛନ୍ତି ମଧ୍ୟ । ଏହାରି ଭିତରେ ଆଜି ବିଜେଡିରେ ମିଶିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସକୁ ଆସି ଆନୁଷ୍ଠାନିକ ଭାବରେ ଶଙ୍ଖ ଧରିଛନ୍ତି ଅରବିନ୍ଦ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଅରବିନ୍ଦ । ମୁଖ୍ୟମନ୍ତ୍ରୀଙ୍କ ସହ ସେହି ସମୟରେ ପ୍ରତାପ ଦେବ, ଅତନୁ ନାୟକ, ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ସେଠାରେ ଥିଲେ ।

ଅରବିନ୍ଦ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିଗ୍ରୀ କରିବା ପରେ USAର ଏକ ଘରୋଇ ସଂସ୍ଥାର ଓଡିଶା ଶାଖାରେ କାମ କରୁଥିଲେ । ୨୦୧୯ ନିର୍ବାଚନ ପରେ ତାଙ୍କୁ ପାଟକୁରା ଓ ମହାକାଳପଡା ନିର୍ବାଚନମଣ୍ଡଳୀରେ ଏକାଧିକ କାର୍ଯ୍ୟକ୍ରମ କରିବାର ଦେଖିବାକୁ ମିଳିଥିଲା । ଏଣୁ ପାଟକୁରାରୁ ଅରବିନ୍ଦ ନିର୍ବାଚନ ଲଢିବେ ବୋଲି କିଛି ଦିନ ହେବ ଚର୍ଚ୍ଚା ଜାରି ରହିଥିଲା ।

ସେପଟେ କିନ୍ତୁ ୨୦୧୯ରେ ପରାଜୟ ରାଜନୀତିରୁ ଦୁରେଇ ହୋଇ ରହିଛନ୍ତି ବରିଷ୍ଠ ବିଜେପି ନେତା ତଥା ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର । କିନ୍ତୁ ପୁଅ ଅରବିନ୍ଦ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ ବିଜୟ । କିନ୍ତୁ କେଉଁ ଦଳରେ ଅରବିନ୍ଦ ଯୋଗ ଦେବେ ସେ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.