Latest Odisha News

BREAKING NEWS

ଇଣ୍ଡିଆ ଏ – ଅଷ୍ଟ୍ରେଲିଆ ଏ ସିରିଜ: ଲକ୍ଷ୍ମୀପତି ବାଲାଜୀ ହେଲେ ହେଡ କୋଚ, ଟି. ବିଜୟ ଦଳରେ ସାମିଲ

ନୂଆଦିଲ୍ଲୀ:ଆସନ୍ତା ସେପ୍ଟେମ୍ବର ୨୨ରୁ ପୁଡୁଚେରୀରେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଆରମ୍ଭ ହେବାକୁ ଥିବା ହାଇ-ପ୍ରୋଫାଇଲ୍ ଘରୋଇ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେଇଛି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଇଣ୍ଡିଆ ‘ଏ’ ଦଳର ହେଡ୍ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ଏହି ସିରିଜ୍‌ରେ ୨ଟି ମଲ୍ଟି-ଡେ (ଚାରି ଦିନିଆ) ଏବଂ ୩ଟି ଲିଷ୍ଟ-ଏ (ଏକଦିବସୀୟ) ମ୍ୟାଚ୍ ଖେଳାଯିବ । ଉଭୟ ଫର୍ମାଟ୍‌ରେ ଭାରତୀୟ ଦଳ ଭିନ୍ନ ଭିନ୍ନ ଅଧିନାୟକଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ । ୪୪ ବର୍ଷୀୟ ବାଲାଜୀ ଭାରତ ପାଇଁ ତିନୋଟିଯାକ ଫର୍ମାଟ୍‌ରେ ଖେଳିଛନ୍ତି ।

୨୦୦୨ରେ ତାଙ୍କର ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ ହୋଇଥିବା ବେଳେ ୨୦୧୨ରେ ସେ ଶେଷ ମ୍ୟାଚ୍ ଖେଳିଥିଲେ ।ଗତ ଗୋଟିଏ ଦଶନ୍ଧି ଧରି ସେ କୋଚିଂ କ୍ଷେତ୍ରରେ ସକ୍ରିୟ ଅଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ  ଭଳି ସଫଳ ଟିମ୍‌ର ବୋଲିଂ କୋଚ୍ ଭାବେ କାର‌୍ୟ୍ୟ କରିସାରିଛନ୍ତି । ଚଳିତ ବର୍ଷ ବାଙ୍ଗାଲୋରସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସରେ କୋଚ୍ ଭାବେ ଯୋଗ ଦେଇଥିବା ବାଲାଜୀ ପ୍ରଥମ ଥର ପାଇଁ ଇଣ୍ଡିଆ ‘ଏ’ ଦଳର ହେଡ୍ କୋଚ୍ ଦାୟିତ୍ୱ ତୁଲାଇବେ ।  ସିରିଜ୍ ପୂର୍ବରୁ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆନ୍ଧ୍ରପ୍ରଦେଶର ଅଫ୍‌-ସ୍ପିନର ଟି. ବିଜୟଙ୍କୁ ଦଳରେ ସାମିଲ କରାଯାଇଛି ।

ଇଣ୍ଡିଆ ‘ଏ’ ମଲ୍ଟି-ଡେ (୪-ଦିନିଆ) ଦଳ:ଦେବଦତ୍ତ ପଡିକ୍କଲ (ଅଧିନାୟକ), ସାଇ ସୁଦର୍ଶନ (ଉପଅଧିନାୟକ), ଅମନ ମୋଖଡେ, ଆୟୁଷ ପାଣ୍ଡେ, ୟଶ ରଥୋଡ, ଶେଖ ରଶିଦ, କୁମାର କୁଶାଗ୍ର (ୱିକେଟକିପର), ଏନ୍ ଜଗଦୀସନ (ୱିକେଟକିପର), ଶମ୍ସ ମୁଲାନୀ, ତନୁଷ କୋଟିୟାନ, ତୁଷାର ଦେଶପାଣ୍ଡେ, ଅଂଶୁଲ କମ୍ବୋଜ, ପ୍ରଫୁଲ୍ଲ ହିଙ୍ଗେ, ନଚିକେତ ଭୁଟେ, ଟି. ବିଜୟ।

ଇଣ୍ଡିଆ ‘ଏ’ ୱାନ-ଡେ (ଏକଦିବସୀୟ) ଦଳ:ରୁତୁରାଜ ଗାଏକୱାଡ (ଅଧିନାୟକ), ପ୍ରିୟାଂଶ ଆର‌୍ୟ୍ୟ, ସାଇ ସୁଦର୍ଶନ, ଦେବଦତ୍ତ ପଡିକ୍କଲ, ରଜତ ପାଟିଦାର, କୁମାର କୁଶାଗ୍ର, ନିଶାନ୍ତ ସିନ୍ଧୁ, ଟି. ବିଜୟ, ଅର୍ଶିନ କୁଲକର୍ଣ୍ଣି, ଅରଶଦ ଖାନ, ନମନ ଧୀର, ହାର୍ଦ୍ଦିକ ପାଣ୍ଡ୍ୟା (ଫିଟ୍‌ନେସ୍ ଅଧୀନରେ), ପ୍ରଭସିମରନ ସିଂହ, ଗୁରଜପନୀତ ସିଂହ, ୟଶ ଠାକୁର।

Leave A Reply

Your email address will not be published.