Latest Odisha News

BREAKING NEWS

ସମୁଦ୍ରରେ ସନ୍ତରଣ ବେଳେ ମହିଳାଙ୍କୁ କାମୁଡ଼ି ଦେଲା ସାର୍କ

ମାଲଦ୍ୱୀପ : ଯେଉଁମାନେ ସମୁଦ୍ରରେ ସନ୍ତରଣ କରନ୍ତି ସେମାନେ ଜାଣନ୍ତି ଯେ ସେମାନଙ୍କୁ ସମୁଦ୍ର ପ୍ରାଣୀମାନଙ୍କ ସହିତ ମୁହାଁମୁହିଁ ହେବାକୁ ପଡିବ । କିନ୍ତୁ କିଏ ଏତେ ବିପଜ୍ଜନକ ପ୍ରମାଣିତ ହେବ ତାହା ପୂର୍ବାନୁମାନ କରିବା ସବୁବେଳେ ସମ୍ଭବ ନୁହେଁ । ସମୁଦ୍ରରେ ସନ୍ତରଣ ବେଳେ ଜଣେ ମହିଳାଙ୍କୁ ଏକ ସାର୍କ ଆକ୍ରମଣ କରିବା ପରେ ସେ ଚକିତ ହୋଇଯାଇଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

୩୦ ବର୍ଷିୟା କାର୍ମାନ କାନଭାସ୍ ସର୍ଭେଲୋ ତାଙ୍କ ବନ୍ଧୁ ତଥା ସାମୁଦ୍ରିକ ଫଟୋଗ୍ରାଫର ଇବ୍ରାହିମ ଶାଫିଗଙ୍କ ସହ ମାଲଦ୍ୱୀପ ସମୁଦ୍ରରେ ସ୍ପାର୍କଲିଙ୍ଗ୍ ଉପଭୋଗ କରୁଥିଲେ । ସର୍ଭେଲୋ ସମୁଦ୍ରର ସେହି ଅଞ୍ଚଳକୁ ଯାଇଥିଲେ, ଯେଉଁଠାରେ ସାର୍କମାନେ ବେଶୀ ପରିମାଣରେ ଦେଖାଯାଆନ୍ତିି । ଆରମ୍ଭରେ କିଛି ସମୟ ପାଇଁ ସବୁକିଛି ଠିକ୍ ଥିଲା । ପରେ ତାଙ୍କ ଚାରିପାଖରେ ଏକାଧିକ ସାର୍କ ବୁଲିବା ଆରମ୍ଭ କଲେ । ସେଥିମଧ୍ୟରୁ ଗୋଟେ ସାର୍କ ଆସି ସିଧାସଳଖ ମହିଳାଙ୍କ ପିଠିକୁ କାମୁଡ଼ି ଦେଇଥିଲା । ଫଳରେ ତାଙ୍କର ପିଠିରେ ପ୍ରାୟ ୬ ଇଞ୍ଚ ଲମ୍ବା କ୍ଷତ ସୃଷ୍ଟି ହୋଇଥିଲା ।
ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Leave A Reply

Your email address will not be published.