Latest Odisha News

BREAKING NEWS

କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ଏକାଠି ନଜର ଆସିଲେ ସଲମାନ, ପୂଜା

ମୁମ୍ବାଇ: କଂଗ୍ରେସ ନେତା ବାବା ସିଦ୍ଦିକି ଓ ତାଙ୍କ ପୁଅ ବିଧାୟକ ଜିସାନ ସିଦ୍ଦିକିଙ୍କ ମୁମ୍ବାଇସ୍ଥିତ ବାସଭବନରେ ଆୟୋଜିତ ହୋଇଯାଇଛି ଇଫତାର ପାର୍ଟି । ଏହି ପାର୍ଟିରେ ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ସାମିଲ ହୋଇଥିଲେ । ଏଥିରେ ସଲମାନ ଖାନ୍ ଓ ପୂଜା ହେଗେଡ ସାମିଲ ହୋଇଥିବା ନଜର ଆସିଥିଲେ । ଼

ଇଦ୍ ପର୍ବ ଅବସରରେ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ମୁକ୍ତିଲାଭ କରିବ । ସଲମାନ ଏବେ ଏହି ଫିଲ୍ମ ପ୍ରମୋସନରେ ଖୁବ୍ ବ୍ୟସ୍ତ ଅଛନ୍ତି । ସେଥିଲାଗି ବିଭିନ୍ନ କାର୍ଯ୍ୟକ୍ରମରେ ସଲମାନ ଓ ଅଭିନେତ୍ରୀ ପୂଜା ହେଗେଡ଼ଙ୍କୁ ଏକାଠି ଦେଖିବାକୁ ମିଳୁଛି । ନିକଟରେ ଉଭୟେ କଂଗ୍ରେସ ନେତା ବାବା ସିଦ୍ଦିକି ଇଫତାର ପାର୍ଟିରେ ଯୋଗ ଦେଇଥିଲେ । ଏହି ଫିଲ୍ମର ଅନେକ କଳାକାର ଏହି ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ ।
ଏହି ଇଫତାର ପାର୍ଟିରେ ଅଭିନେତା ଶାହରୁଖ ଖାନ୍‌,ସଲିମ ଖାନ୍‌, ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ନେହା ଧୁପିଆ, ପ୍ରୀତି ଜିଣ୍ଟା, ରିତେଶ ଦେଶମୁଖ, ଶେହନାଜ ଗିଲ, ଜେସି ଗିଲ, ପଲକ ତିୱାରି, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.