କବାରାଟ୍ଟୀ: ଲାକ୍ଷାଦ୍ୱୀପ ଭାରତର ଏକ ବହୁତ ସୁନ୍ଦର ଦ୍ୱୀପ। ଏଠାରେ ଆପଣ ପ୍ରକୃତି ଉପଭୋଗ କରିବା ସହିତ ଅନେକ କ୍ରୀଡା କାର୍ଯ୍ୟକଳାପ ମଧ୍ୟ ଉପଭୋଗ କରିପାରିବେ। ଏହି ସ୍ଥାନରେ, ଆପଣ ଆପଣଙ୍କ ପରିବାର ସହିତ କିଛି ବିଶେଷ ସମୟ ବିତାଇବା ସହିତ ଅନେକ ସ୍ମରଣୀୟ ଅଭିଜ୍ଞତା ମଧ୍ୟ ପାଇପାରିବେ। ଲାକ୍ଷାଦ୍ୱୀପ ଠିକ୍ ମାଳଦ୍ୱୀପ ପରି। କିନ୍ତୁ ଆପଣ କ’ଣ କି ଏଠାରେ ଗୋଟିଏ ପ୍ରାଣୀ ଯାହାକୁ ସମସ୍ତେ ପାଳିତ ପଶୁ ଭାବରେ ରଖିବାକୁ ପସନ୍ଦ କରନ୍ତି, ତାହା ନିଷେଧ କରାଯାଇଛି। ଲାକ୍ଷାଦ୍ୱୀପରେ ଆପଣ ଏହି ପ୍ରାଣୀକୁ କୌଣସି ସ୍ଥାନରେ ଦେଖିବେ ନାହିଁ।
ଏହି ପ୍ରାଣୀଟି ହେଉଛି କୁକୁର। ପ୍ରାୟ ସମସ୍ତେ କୁକୁର ପାଳିବାକୁ ପସନ୍ଦ କରନ୍ତି। କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ। କିନ୍ତୁ ଲାକ୍ଷାଦ୍ୱୀପରେ ଆପଣ କୌଣସି ସ୍ଥାନରେ ଗୋଟିଏ ହେଲେ କୁକୁର ଦେଖିବାକୁ ପାଇବେ ନାହିଁ। ଡବ୍ଲ୍ୟୁଏଚଓ ଅନୁଯାୟୀ, ଲାକ୍ଷାଦ୍ୱୀପ ଏକ ରାବିଜ୍ ମୁକ୍ତ କେନ୍ଦ୍ରଶାସିତ ଅଞ୍ଚଳ। ଏହା ବ୍ୟତୀତ, ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମଧ୍ୟ ନିଜ ସାଙ୍ଗରେ କୁକୁରଙ୍କୁ ନେଇ ଯିବାକୁ ଅନୁମତି ନାହିଁ।
ସରକାର ଲାକ୍ଷାଦ୍ୱୀପକୁ ସମସ୍ତ ପ୍ରକାରର କୁକୁରକୁ ନେଇଯିବାକୁ ନିଷିଦ୍ଧ କରିଛନ୍ତି। ତଥାପି, ଲାକ୍ଷାଦ୍ୱୀପରେ ବିଲେଇ ଏବଂ ମୂଷା ପ୍ରଚୁର ପରିମାଣରେ ଦେଖାଯାଆନ୍ତି। ଏଠାରେ ଆପଣ ସମସ୍ତ ରାସ୍ତାରେ ଏବଂ ରିସର୍ଟ ଚାରିପାଖରେ ବିଲେଇ ଏବଂ ମୂଷା ଦେଖିବାକୁ ପାଇବେ।
କେବଳ କୁକୁର ନୁହେଁ, ଏଠାରେ ଆପଣ ଗୋଟିଏ ବି ସାପ ଦେଖିବାକି ପାଇବେ ନାହିଁ। ଏହା ଏକ ସାପମୁକ୍ତ ଅଞ୍ଚଳ ମଧ୍ୟ। ଲାକ୍ଷାଦ୍ୱୀପର ଉଦ୍ଭିଦ ଏବଂ ପ୍ରାଣୀ ସମ୍ବନ୍ଧୀୟ ତଥ୍ୟ ଅନୁସାରେ, ଲାକ୍ଷାଦ୍ୱୀପ ଏକମାତ୍ର ଅଞ୍ଚଳ ଯେଉଁଠାରେ ସାପ ଦେଖାଯାଏ ନାହିଁ। ସାପ ବିଷୟରେ କହିବାକୁ ଗଲେ, ଭାରତର କେରଳରେ ସବୁଠାରୁ ଅଧିକ ପ୍ରଜାତି ସାପ ଦେଖାଯାଏ। ଏଠାରେ ବିଷାକ୍ତ ସାପଙ୍କ ସଂଖ୍ୟା ମଧ୍ୟ ଅଧିକ। ଏହା ଲାକ୍ଷାଦ୍ୱୀପର ଏକ ପଡ଼ୋଶୀ ରାଜ୍ୟ।
୬୦୦ରୁ ଅଧିକ ପ୍ରଜାତିର ମାଛ
ଏହା ବ୍ୟତୀତ ଲକ୍ଷଦ୍ୱୀପରେ ବହୁ ସଂଖ୍ୟାରେ ମାଛ ମିଳିଥାଏ। ଏଠାରେ ଆପଣ ବିଭିନ୍ନ ପ୍ରଜାତିର ମାଛ ଦେଖିବାକୁ ପାଇଭେ। ସୂଚନା ଅନୁଯାୟୀ, ଲାକ୍ଷାଦ୍ୱୀପରେ ୬୦୦ରୁ ଅଧିକ ପ୍ରଜାତିର ମାଛ ଦେଖାଯାଏ। ଏଠାରେ ପ୍ରଜାପତି ମାଛ ବା ବଟର ଫ୍ଲାଏ ଫିସ୍ ହେଉଛି ଲାକ୍ଷାଦ୍ୱୀପର ରାଜ୍ୟ ପ୍ରାଣୀ। ଏଠାରେ ଅତି କମରେ ଅଧ ଡଜନ ପ୍ରଜାତିର ବଟରଫ୍ଲାଏ ଫିସ୍ ଦେଖାଯାଏ।
ମୋଟ ଜନସଂଖ୍ୟା ପ୍ରାୟ ୬୪ ହଜାର
୩୬ଟି ଛୋଟ ଦ୍ୱୀପକୁ ନେଇ ଗଠିତ ଲାକ୍ଷାଦ୍ୱୀପର ମୋଟ ଜନସଂଖ୍ୟା ପ୍ରାୟ ୬୪ ହଜାର। ଏବଂ ଏହାର ଜନସଂଖ୍ୟାର ୯୬ ପ୍ରତିଶତ ମୁସଲମାନ ସମ୍ପ୍ରଦାୟର। କିନ୍ତୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି, ଲାକ୍ଷାଦ୍ୱୀପରେ ଆୟର ମୁଖ୍ୟ ଉତ୍ସ ମଧ୍ୟ ପର୍ଯ୍ୟଟନ ଏବଂ ମାଛ।
ଲୋକମାନେ ୧୦ଟି ଦ୍ୱୀପରେ ବାସ କରନ୍ତି
ଲାକ୍ଷାଦ୍ୱୀପରେ ୩୨ଟି ଦ୍ୱୀପ ଥାଇପାରେ। କିନ୍ତୁ ଏଠାରେ କେବଳ ୧୦ଟି ଦ୍ୱୀପରେ ଲୋକମାନେ ବସବାସ କରନ୍ତି। ଯେଉଁଥିରେ ଅନ୍ତର୍ଭୁକ୍ତ – କବାରାଟ୍ଟୀ, ଅଗାଟ୍ଟୀ, ଅମିନି, କଦମତ, କିଲାତନ, ଚେତଲାଟ, ବିଟ୍ରା, ଆନ୍ଦୋହ, କଳ୍ପେନି ଏବଂ ମିନିକାୟ। ଏପରି ଅନେକ ଦ୍ୱୀପ ଅଛି ଯେଉଁଠାରେ ୧୦୦ରୁ କମ୍ ଲୋକ ବାସ କରନ୍ତି। କବାରାଟ୍ଟୀ ଏଠାକାର ରାଜଧାନୀ।
Comments are closed.