Latest Odisha News

ଅଲ ଇଂଲଣ୍ଡ ବ୍ୟାଡମିଂଟନ: ବିଶ୍ୱର ୨ ନମ୍ବର ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ଲକ୍ଷ୍ୟ ସେନ

ଲଣ୍ଡନ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଚଳିତ ଅଲ ଇଂଲଣ୍ଡ ଚାମ୍ପିୟନଶିପର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି କ୍ୱାର୍ଟରରେ ସେ ବିଶ୍ୱର ୨ ନମ୍ବର ଖେଳାଳି ଜୋନାଥନ କ୍ରିଷ୍ଟିଙ୍କୁ ସିଧା ଗେମରେ ପରାସ୍ତ କରିଥିଲେ । ଏହି ମ୍ୟାଚକୁ ଲକ୍ଷ୍ୟ ମାତ୍ର ୩୬ ମିନିଟରେ ୨୧-୧୩, ୨୧-୧୦ରେ ଜିତିଥିଲେ । ମହିଳା ସିଙ୍ଗଲ୍ସରେ ମାଳବିକା ବନସୋଦଙ୍କ ଅଭିଯାନ ଶେଷ ହୋଇଯାଇଛି । ସେ ପ୍ରି କ୍ୱାର୍ଟରରେ ୨ ଥର ବିଶ୍ୱ ଚାମ୍ପିୟନ ଅକାନେ ୟାମାଗୁଚିଙ୍କ ନିକଟରୁ ୨୧-୧୬ ଓ ୨୧-୧୩ରେ ପରାଜିତ ହୋଇଥିଲେ ।

ଏହା ପୂର୍ବରୁ ୨ ଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ପ୍ରତିଯୋଗିତାରୁ ବିଦାୟ ନେଇ ସାରିଛନ୍ତି । ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ଓ ଚରାଗ ଶେଟ୍ଟୀ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେମାନେ ପରବର୍ତୀ ରାଉଣ୍ଡରେ ଚୀନର ହାଓ ନାନ ଶି ଓ ୱେଇ ହାନ ଜେଙ୍ଗଙ୍କୁ ଭେଟିବେ ।

Comments are closed.