ଭୁବନେଶ୍ୱର: ଗମନାଗମନ ଏବଂ ପରିବହନ ଦୃଷ୍ଟିରୁ ବର୍ତ୍ତମାନ ଯାଜପୁର ଏବଂ ଚଣ୍ଡିଖୋଲ ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥାର ସୁଦୃଢ଼ିକରଣ ପାଇଁ ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା । ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଆମେ ବିକଶିତ ରାଜ୍ୟ ଗଠନର ଲକ୍ଷ୍ୟ ରଖିଥିବାବେଳେ ଏଥି ଲାଗି ଆବଶ୍ୟକ ରାସ୍ତାଘାଟ ଏବଂ ଟ୍ରାଫିକ୍ ସମସ୍ୟାକୁ ସୁଧାରିବାକୁ ପଡ଼ିବ । ଖରାପ ରାସ୍ତା ଏବଂ ଟ୍ରାଫିକ ସମସ୍ୟା ଯୋଗୁଁ ସମୟ ଅପଚୟ ସହ ବାରମ୍ବାର ରାସ୍ତା ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି ।
ଖଣିଜ ସମ୍ପଦ ପରିବହନ ଏବଂ ଗମନାଗମନ ଦୃଷ୍ଟିରୁ ଚଣ୍ଡିଖୋଲ ଅଞ୍ଚଳର ବେଶ ଗୁରୁତ୍ୱ ରହିଛି । ତେଣୁ ଏହି ଜଙ୍କସନର ଉନ୍ନତିକରଣ ଏବଂ ପାରିପାଶ୍ୱର୍କ ବିକାଶ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପୂର୍ତ୍ତ ବିଭାଗ, ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ଭୁବନେଶ୍ୱର-ଭଦ୍ରକ ଜାତୀୟ ରାଜପଥ ୧୬ ଏବଂ ଡୁବୁରୀ-ଚଣ୍ଡିଖୋଲ ଜାତୀୟ ରାଜପଥ ୫୩ ସଂଯୋଗ ସ୍ଥଳ ଚଣ୍ଡିଖୋଲ ଜଙ୍କସନ୍ର ଉନ୍ନତିକରଣ ଓ ପାରିପାଶ୍ୱର୍କ ବିକାଶ ସହ ଚତୁପାଶ୍ୱର୍ରେ ଥିବା ବାଇପାସ୍ ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବା ପାଇଁ ଆଲୋଚନା ହୋଇଥିଲା । ଏଥି ସହ ଯାତ୍ରୀମାନଙ୍କ ସୁବିଧା ପାଇଁ ୪ଟି ବସ୍ ରହଣି ସ୍ଥଳ, ୩ଟି ଭେଇକିଲ୍ ଅଣ୍ଡରପାସ୍, ରାମ୍ପ ଓଭରବି୍ରଜ ନିର୍ମାଣ ଉପରେ ଆଲୋଚନା ହୋଇଥିଲା । ଏଥିସହ ଏହି ଅଞ୍ଚଳରେ ସଡ଼କ ସୁରକ୍ଷା, ଡ୍ରେନେଜ୍ ବ୍ୟବସ୍ଥା, ଜବରଦଖଲ ଉଚ୍ଛେଦ ଏବଂ ରାସ୍ତା ସମ୍ପ୍ରସାରଣ ନେଇ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା ।
Comments are closed.