ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନତଃ ପ୍ରାଇଭେଟ ସ୍କୁଲରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାମାନେ ୨୫% ସିଟରେ ମାଗଣା ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲ ଆବେଦନ ପ୍ରକ୍ରିୟା ଆସନ୍ତା ୧୮ ତାରିଖ ରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ l ଆଜି ଏ ସଂକ୍ରାନ୍ତରେ ଏକ ସଂଶୋଧିତ ନିର୍ଦେଶନାମା ଜାରି କରିଛି ଗଣଶିକ୍ଷା ବିଭାଗ l ଓଡିଶା ଅଭିଭାବକ ମହାସଂଘ ଏହି ନିଷ୍ପତିକୁ ସ୍ୱାଗତ କରିବା ସହିତ ଏହା ଆମରଣ ଅନଶନର ପ୍ରଭାବ ବୋଲି କହିଛି l
ପୂର୍ବରୁ ତୁରନ୍ତ ପୋର୍ଟାଲ ଖୋଲି ପିଲାଙ୍କ ପଞ୍ଜିକରଣ ଦାବୀ କରି ଗତ ୧୧ ଓ ୧୨ଦୁଇ ଦିନ ଧରି ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ ଆମରଣ ଅନଶନରେ ବସିଥିଲା ମହାସଂଘ l ଅତିରିକ୍ତ ସଚିବ ଓ ଅତିରିକ୍ତ ନିର୍ଦ୍ଧେଶୀକlଙ୍କ ଙ୍କ ସହିତ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀଙ୍କ ଅଧ୍ୟକ୍ଷତା ରେ ଚାରିଜଣିଆ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ଆସନ୍ତା ୨୦ ତାରିଖ ପୂର୍ବରୁ ପୋର୍ଟାଲ ଖୋଲି ପିଲାଙ୍କ ଆବେଦନ ଆରମ୍ଭ କରିବାକୁ ବିଭାଗ ରାଜି ହେଵା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା l
ପୂର୍ବରୁ ପିଲାର ଆବେଦନ ପାଇଁ ୧୭ ଦିନ ଆଉ ସ୍କୁଲ ଙ୍କୁ ପୋର୍ଟାଲ ରେ ପଞ୍ଜିକରଣ ପାଇଁ ସତୁରି ୭୦ ଦିନ ସମୟ ଦିଆଯାଇଥିଲା କ୍ଷ ଶିକ୍ଷା ବର୍ଷ ଏପ୍ରିଲ ୧ରୁ ଆରମ୍ଭ ହୋଇଯାଉଛି ତେଣୁ ଅଳ୍ପ ଦିନ ଡେରି ହେଲେ ମଧ୍ୟ ପିଲା ମାନେ ଏପ୍ରିଲ ୨୫ ତାରିଖରେ ଆଡ଼ମିସନ କରି ପାଠ ପଢି ପାରିବେ l ପୂର୍ବ ନିର୍ଦେଶ ନାମା ରେ ପିଲାମାନେ ଏପ୍ରିଲ ୩ରେ ଆବେଦନ କରିଥାନ୍ତେ l ସ୍କୁଲ ଆରମ୍ଭ ହେଲେ ପିଲା ଘରେ ରହିଲେ ଅଭିଭାବକ ମାନେ ଏତେଦିନ ଅପେକ୍ଷା କରି ନଥାନ୍ତେ ଫଳରେ ପ୍ରାଇଭେଟ ସ୍କୁଲ ମାନେ ତାଙ୍କ ଭାବନାର ଦୁରୁପଯୋଗ କରି ସୁଯୋଗ ନେଇ ଆଗୁଆ ପେମେଣ୍ଟ ସିଟରେ ପିଲାଙ୍କୁ ଆଡ଼ମିସନ କରାଇ ନେଇଥାନ୍ତେ l ଅଭିଭାବକ ମାନେ ମଧ୍ୟ୍ୟ ଅପେକ୍ଷା ନ କରି ବାଧ୍ୟ ହୋଇ ପଇସା ଦେଇ ନାମ ଲେଖେଇ ଥାନ୍ତେ l
ପୋର୍ଟାଲ ମାଧ୍ୟମରେ ପୂର୍ବରୁ ପିଲାଙ୍କୁ ମଧ୍ୟ ଆରଟିଇ କୋଟାରେ ସ୍କୁଲମାନେ ପାଠ ପଢାଉ ଛନ୍ତି l ଯଦି ଏବର୍ଷ ସେମାନେ ପାଠ ନପଢ଼େଇବେ, ଯେଉଁ ପିଲା ଶିକ୍ଷା ଅଧିକାର ଆଇନ ଅନୁସାରେ ପୂର୍ବରୁ ପଢୁଛନ୍ତି ସେମାନଙ୍କ ସ୍କୁଲ ପଇସା ସରକାରଙ୍କ ଠୁ ନପାଇଲେ ସ୍କୁଲ ମାନେ ପିଲାଙ୍କୁ ବାହାର କରିଦେବେ l ସ୍କୁଲ ରେଜିଷ୍ଟ୍ରେସନର ପ୍ରହସନ ବନ୍ଦ କରିବl ସହ ଯେଉଁ ସ୍କୁଲ ପିଲାଙ୍କୁ ଆଗରୁ ପାରଦର୍ଶୀରେ ପାଠ ପଢ଼ାଉଛନ୍ତି ସେସବୁ ସ୍କୁଲକୁ ଅଯଥା ପଞ୍ଜିକରଣ ପାଇଁ ସମୟ ନନେଇ ସେ ସ୍କୁଲରେ ପିଲାଙ୍କ ଆବେଦନ ଆରମ୍ଭ କରିବlକୁ ଅଭିଭାବକ ମହାସଂଘ ଦାବି କରିଆସୁଛି l
ଆମରଣ ଅନଶନ ସମୟରେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ଏନ ଏଚ ଆର ସି କୋର ମେମ୍ବର ମନୋଜ ଜେନା,କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କlଡlମ,କର୍ମଚାରୀ ନେତା ବିଜୟ ମଲ୍ଲ, ଆଡ଼ଭୋକେଟ ସୂର୍ଯ୍ୟ ସ୍ମିତା ପଣ୍ଡା, ନିବେଦିତା ପଟ୍ଟନାୟକ, ମନମୋହନ ଅଗ୍ରୱାଲଙ୍କ ସମେତ ଶହ ଶହ ଅଭିଭାବକ ଧାରଣା ସ୍ଥଳରେ ରହି ସହଯୋଗ କରି ସଫଳତା ଆଣି ଦେଇଥିବାରୁ ଆଜିର ଏହି ନିର୍ଦେଶ ନାମl ପାଇଁ ସେମାନଙ୍କ ସହିତ ସରକାରଙ୍କ ନିକଟରେ ମହାସଂଘ ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସତ୍ୟଜିତ ଦାସ, କଳ୍ପନା ସାହୁ, ସତ୍ୟବ୍ରତ ପରିଜା,ପଦ୍ମନାଭ ସାହୁ, ସୁବ୍ରତ ସାହୁ,ସଦାନନ୍ଦ,ଗଣ୍ଡ, ମିଲି ସାହୁ, ତପନ ରାଉତରାୟ,ପ୍ରଫୁଲ୍ଲ ବଡ଼ସେଟ, ଅଶୋକ ଜେନା ,ସୂର୍ଯ୍ୟ ନାରାୟଣ ଜେନା ଙ୍କ ସମେତ ଅଭିଭାବକ ମହାସଂଘ କର୍ମକର୍ତ୍ତା ସ୍ୱାଗତ କରିଛନ୍ତି ।
Comments are closed.