Latest Odisha News

BREAKING NEWS

ରୁଷିଆରେ ମିଳିଲା ବୃହତ ସୁନା ଖଣି

ମସ୍କୋ: ରୁଷର ପୂର୍ବାଂଚଳରେ ଏକ ବଡ ସୁନା ଖଣି ମିଳିଛି । ଚୁକୋଟକାରେ ମିଳିଥିବା ଏହି ଖଣିରେ ୧୦୦ ଟନରୁ ଅଧିକ ସୁନା ଗଚ୍ଛିତ ଥିବା ରୁଷ ପକ୍ଷରୁ ଅନୁମାନ କରାଯାଇଛି । ୧୯୯୧ରେ ସୋଭିଏଟ ସଂଘର ପତନ ପରେ ରୁଷରେ ବଡ ଧରଣର ଖଣି ମିଳିଛି । ୟୁକ୍ରେନ ଆକ୍ରମଣ ପରଠାରୁ ରୁଷ ଉପରେ ଅଧିକାଂଶ ୟୁରୋପୀୟ ଦେଶ ପକ୍ଷରୁ ଅନେକଗୁଡିଏ ପ୍ରତିବନ୍ଧ ଲଗାଯାଇଛି । ଏହି ଖଣି ମିଳିବା ପରେ ଏହା ଭ୍ଲାଡିମିର ପୁଟିନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ୨୦୨୯ ପରଠାରୁ ଏହି ଖଣିରୁ ଖନନ ପ୍ରକ୍ରିୟା ଆରମ୍ଭ ହେବ । ରୁଷର ସରକାରୀ କମ୍ପାନୀ ରୋସାଟମର ମାଇନିଂ ଡିଭିଜନ ପକ୍ଷରୁ ଏହା ଘୋଷଣା କରାଯାଇଛି । ୩ ବର୍ଷ ମଧ୍ୟରେ ୩୨ କିଲୋମିଟର ଅଧିକ ଆକାରର ୧୨୩ଟି କୂଅ ଖୋଳାଯାଇଛି ।

୨୦୨୯ରୁ ବର୍ଷକୁ ୩ଟନ ସୁନା ବାହାରିବ ବୋଲି ଆଶା କରାଯାଉଛି । ରିପୋର୍ଟ ମୁତାବକ ସମସ୍ତ ତଥ୍ୟ ଯଦି ଠିକ ହୋଇଥାଏ ତେବେ ୨୦୩୦ ସୁଦ୍ଧା ସୁନା ଉତ୍ପାଦନରେ ରୁଷ ସବୁଠାରୁ ବଡ ଦେଶ ପାଲଟିବ । ୧୯୮୦ ପରଠାରୁ ଚକଚି ସାଗର ନିକଟରେ ସୁନା ଖଣିର ସନ୍ଧାନ ମିଳିଥିଲା । ସେବେଠାରୁ ଏହା ଉପରେ ସମସ୍ତ ପ୍ରକାରର ଗବେଷଣା କରାଯିବା ପରେ ଏବେ ଏହା ଉପରେ ମୋହର ଲାଗିଛି ।

Leave A Reply

Your email address will not be published.