Latest Odisha News

BREAKING NEWS

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟା: ଓଡ଼ିଶୀ ରସରେ ଝୁମିଲେ ବିମୁଗ୍ଧ ଦର୍ଶକ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ଓଁ ନମଃ ଶିବାୟରୁ, ଯାହାର ସଙ୍ଗୀତ ନିଦେ୍ର୍ଧଶନା ଦେଇଥିଲେ ଗୁରୁ ରାମହରି ଦାସ ।

ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ କଲିକତାରୁ ଆସିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋମ୍ୟା ବୋଷଙ୍କ ଦ୍ୱାରା ପ୍ରଥମେ ରାଗ-ରାଗମାଳିକା ଓ ତାଳ-ତାଳମାଳିକା ଉପରେ ନିବଦ୍ଧ ଅଭିନୟ ରାବଣକୃତ ଶିବ ତାଣ୍ଡବ ପରେ ପରେ ରାଗ-ଆରଭୀ ଓ ତାଳ-ଏକତାଳୀ ଉପରେ ପର୍ଯ୍ୟବେସିତ ଅଭିନୟ କୃଷ୍ଣ ତାଣ୍ଡବ ନାଚନ୍ତି ରଙ୍ଗେ ଶ୍ରୀ ହରୀ ପରିବେଶିତ ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓ ନୃତ୍ୟ ନିଦେ୍ର୍ଧଶନା ଦେଇଥିଲେ ଗୁରୁ ସୁଜାତା ମହାପାତ୍ର ।

ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ସନ୍ତୋଷ କୁମାର ରାମ ଓ ସମୀର କୁମାର ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଥମେ ଆନନ୍ଦ ଭୈରବୀ ପଲ୍ଲବୀ ପରେ ପରେ ଅଭିନୟ ଅର୍ଦ୍ଧନାରିଶ୍ୱର ପରିବେଶିତ ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ । ଶିଲ୍ପୀଦ୍ୱୟଙ୍କର ଚମକ୍ରାର ପରିବେଷଣରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ ।

ଅନ୍ତିମ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ କୁମକୁମ ମହାନ୍ତିଙ୍କ ଗୀତଗୋବିନ୍ଦ ଅନୁÂାନର ଶିଳ୍ପୀମାନେ । ସେମାନେ ପ୍ରଥମେ ଶିବ ବନ୍ଦନାରେ ମଙ୍ଗଳାଚରଣ ପରେ ପରେ ପଲ୍ଲବୀ ରାଗ ମୋହନା ଏବଂ ଶେଷରେ ଅଭିନୟ ଦେବୀ ବନ୍ଦନା ଭବାନ୍ୟାଷ୍ଟକମ ପରିବେଶଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କୁମକୁମ ମହାନ୍ତି ଓ ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଡ଼. ଦାମୋଦର ହୋତା ।
ସନ୍ଧ୍ୟାର ଅତିଥୀମାନେ ଥିଲେ ବରିଷ୍ଟ ପ୍ରଶାସକ ସଞ୍ଜିବ ହୋତା; ଓଡ଼ିଶା ପର୍ଯ‎୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର; ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି; ପର୍ଯ୍ୟଟନ ନିଦେ୍ର୍ଧଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ମୃତ୍ତ୍ୟଞ୍ଜୟ ରଥ ଏବଂ ସଂହତି ପାଣି । ପର୍ଯ୍ୟଟନ ବିଭାଗର ଯୁଗ୍ମ ନିଦେ୍ର୍ଧଶକ, ସହ ନିଦେ୍ର୍ଧଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.