Latest Odisha News

BREAKING NEWS

ଲତା ମଙ୍ଗେସକର ଅସୁସ୍ଥ; ଚିକିତ୍ସା ପରେ ଏବେ ନେଉଛନ୍ତି ବିଶ୍ରାମ

ମୁମ୍ବାଇ: ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର ଗତ ରାତିରେ ଅସୁସ୍ଥ ହୋଇ ପଡ଼ିଥିବା ଯୋଗୁଁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଲତା ଗତକାଲି ରାତିରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ରାତି ପ୍ରାୟ ଗୋଟାଏ ବେଳେ ତାଙ୍କୁ ଡ଼ାକ୍ତରଖାନାକୁ ନିଆଯାଇଥିଲା ।

ଚିକିତ୍ସା ପରେ ତାଙ୍କୁ ଘରେ ବିଶ୍ରାମ ନେବା ଲାଗି ପରାମର୍ଶ ଦିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସ ୨୮ ତାରିଖରେ ଲତା ୯୦ ବର୍ଷରେ ପଦାର୍ପଣ କରିଥିଲେ । ସଂଗୀତ କ୍ଷେତ୍ରର ତାଙ୍କର ପାରଦର୍ଶିତା ଲାଗି ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି ।

ଲତା ମଙ୍ଗେସକରଙ୍କ ଅସୁସ୍ଥତା ଖବର ପାଇ ବଲିଉଡ଼ର ଅନେକ ନାମି ଦାମୀ କଳାକାର ତାଙ୍କର ଦୀର୍ଘ ଜୀବନ କାମନା କରିବା ସହିତ ତାଙ୍କର ସୁସ୍ଥତା ଲାଗି ଭଗବାନଙ୍କ ନିକଟରେ ସୋସିଆଲ୍ ମିଡ଼ିଆରେ ପ୍ରାର୍ଥନା କରିଥିବାର ଜଣାପଡ଼ିଛି ।

Leave A Reply

Your email address will not be published.