Latest Odisha News

BREAKING NEWS

ଅଙ୍ଗଦାନ କରି ଅମର ହେଲେ ସୁରଜ; ପିତାମାତାଙ୍କୁ ସହାୟତା ସହ ସୁରଜଙ୍କ ନାଁରେ ପୁରସ୍କାର ପ୍ରତିଷ୍ଠା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମସ୍ତିଷ୍କ ମୃତ୍ୟୁ ଘଟିଥିବା ଯୁବକ ପୁତ୍ରର ବିଭିନ୍ନ ଅଙ୍ଗ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦାନ କରି ମହାନ୍‌ ଆଦର୍ଶ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ଲାଲସିଂ ଅଞ୍ଚଳର ବାବୁଲି ସେଠୀ ।

ସୁରଜଙ୍କ ପିତା ବାବୁଲି ସେଠୀ ଓ ମାତା ଗୀତାଞ୍ଜଳି ସେଠୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ମହାନ କାର୍ୟ୍ୟକୁ ଉଚ୍ଚପ୍ରଶଂସା କରିବା ସହିତ ଏହା ସାରା ସମାଜ ଏକ ଆଦର୍ଶ ହେବା ସହିତ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ସହାୟକ ହେବ ବୋଲି କହିଥିଲେ।

ସ୍ବର୍ଗତ ସୁରଜ ସେଠୀଙ୍କ ପରିବାର ଗରିବ ହୋଇଥିବାରୁ ତାଙ୍କୁ ଏକ ଘରଡିହ ଜାଗା ସହିତ ବିଜୁ ପକ୍‌କା ଘର ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ରକ୍ଷା ଭଳି ମହତ୍‌ କାର୍ୟ୍ୟ କରୁଥିବା ବ୍ୟକ୍ତିବିଶେଷ ଏବଂ ଏ ଦିଗରେ ଭଲ କାର୍ୟ୍ୟ କରୁଥିବା ଅନୁଷ୍ଠାନ ମାନଙ୍କୁ ମଧ୍ୟ ସମ୍ମାନିତ କରିବା ପାଇଁ ସୁରଜଙ୍କ ନାମରେ ବାର୍ଷିକ ପୁରସ୍ଖାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସୁରଜଙ୍କ ପିତାମାତାଙ୍କର ଏକ ଅତ୍ୟନ୍ତ ବିରଳ ମାନବିକତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଥିଲେ।

ନିକଟରେ ସୁରଟରେ କାର୍ୟ୍ୟରତ ତାଙ୍କ ପୁତ୍ର ସୁରଜ ଅକ୍ଟୋବର ୨୯ ତାରିଖ ଦିନ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ। ହସପିଟାଲରେ ୫-୬ ଦିନ ଜୀବନ ସହିତ ସଂଘର୍ଷ କରିବା ପରେ ନଭେମ୍ବର ୨ ତାରିଖ ଦିନ ତାଙ୍କୁ ଈକ୍ସବସଦ୍ଭ ଊରବୟ ଘୋଷଣା କରାଯାଇଥିଲା । ସ୍ଥାନୀୟ ଘଏଙ ସହାୟତାରେ ସୁରଜର ପିତାମାତାଙ୍କୁ ଯୋଗାଯୋଗ କରାଯାଇଥିଲା । ସେମାନଙ୍କ ଅନୁମତି କ୍ରମେ ସୁରଜଙ୍କ ଶରୀରରୁ ହୃତପିଣ୍ଡ, ଦୁଇ କିଡ୍‌ନୀ, ଲିଭର ଓ ଦୁଇ ଆଖିକୁ ତୁରନ୍ତ କଢାଯାଇ ବିଭିନ୍ନ ସ୍ଥାନରେ ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇଛି ।

ହୃତପିଣ୍ଡକୁ ତୁରନ୍ତ ବିମାନ ଯୋଗେ ମୁମ୍ବାଇସ୍ଥିତ ଫର୍ଟିସ୍‌ ହସ୍‌ପିଟାଲରେ ଚିକିତ୍ସିତ ଜଣେ ମହିଳାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଦୁଇଟିଯାକ କିଡ୍‌ନୀ ଓ ଲିଭରକୁ ଅହମ୍ମଦାବାଦରେ ୩ଜଣଙ୍କ ଶରୀରରେ ଏବଂ ଦୁଇ ଆଖିକୁ ସୁରତର ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

Leave A Reply

Your email address will not be published.