Latest Odisha News

BREAKING NEWS

ବଳ ଗୋଟାଉଛି କଂଗ୍ରେସ; ଦଳରେ ମିଶିଲେ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ଓ ବିଭିନ୍ନ ଦଳର ବହୁ କର୍ମୀ

ଭୁବନେଶ୍ବର: କଂଗ୍ରେସରେ ଯୋଗଦେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି । କଟକ ଟାଉନ୍‌ହଲରେ ଆୟୋଜିତ ମିଶ୍ରଣପର୍ବରେ ଆଜି ଆନୁଷ୍ଠାନିକ ଭାବେ ଦଳରେ ମିଶିଲେ ଚିତ୍ରଭାନୁ । ଏହି ଅବସରରେ ତାଙ୍କୁ ବିଧାୟିକା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ୍‌ ଚିତ୍ରଭାନୁ ମହାନ୍ତି ଓ ଅନ୍ୟମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

କଂଗ୍ରେସରେ ଯୋଗଦେବାପରେ ଚିତ୍ରଭାନୁ କହିଛନ୍ତି ଯେ, ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ପାଇଁ ମହମ୍ମଦ ମୋକିମ ଯାହା କରିଛନ୍ତି ତାହା ଦେଖି ମତେ ବହୁତ ଖୁସି ଲାଗୁଛି । ସେ ବିଧାୟକ ହେବା ପରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ବାସୀଙ୍କ ଉନ୍ନତି ପାଇଁ ସବୁବେଳେ କାର୍ଯ୍ୟ କରିଛନ୍ତି । ତାଙ୍କ ସହ ମିଶି କଟକର ଉନ୍ନତି ପାଇଁ କାମ କରିବି । ଜାତୀୟ କଂଗ୍ରେସରେ ମିଶି ନିଜକୁ ବହୁତ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ଚିତ୍ରଭାନୁ ।

ମିଶ୍ରଣ ପର୍ବରେ କଂଗ୍ରେସ ପ୍ରାର୍ଥୀ ସୋଫିଆ କହିଛନ୍ତି, ‘ଆଜି ଏତେ ସଂଖ୍ୟାରେ ଯୁବକ ମାନେ ବିଭିନ୍ନ ରାଜନୈତିକ ଦଳରୁ ଆସି କଂଗ୍ରେସରେ ମିଶିଥିବାରୁ ମତେ ବହୁତ ଖୁସି ଲାଗୁଛି । ଯୁବକମାନେ ଚାହିଁଲେ ଦେଶରେ ତଥା ରାଜ୍ୟରେ ଥିବା ଏକଛତ୍ରବାଦ ଶାସନର ଅନ୍ତ ଘଟିବ । ଯେତେବେଳେ ଯିଏ ବି ପ୍ରମୁଖ ଦୁଇ ଦଳରୁ କଂଗ୍ରେସକୁ ଆସିବାକୁ ଚାହିଁବେ ସେମାନେ ନିର୍ଦ୍ବନ୍ଦ୍ବରେ ଦଳରେ ସାମିଲ ହୋଇ ପାରିବେ’ ।

 

Leave A Reply

Your email address will not be published.