Latest Odisha News

BREAKING NEWS

ମ୍ୟାଚ ଖେଳିବା ପୂର୍ବରୁ ଔଷଧ ଖାଉଛନ୍ତି ଧୋନୀ

ଚେନ୍ନାଇ: ଚଳିତ ଆଇପିଏଲରେ ଲୋୟର ଅର୍ଡରରେ ମହେନ୍ଦ୍ର ସିଂ ଧୋନୀ ଖେଳିବା ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରାଯାଉଛି । ଏପରିକି ଏଥିନେଇ ତାଙ୍କୁ ସମାଲୋଚନା ମଧ୍ୟ କରାଯାଉଛି । ତେବେ ରିପୋର୍ଟ ଅନୁସାରେ ଧୋନୀ ମାଂସପେଶୀ ଜନିତ ଆଘାତ ସମସ୍ୟାରେ ପଡିଛନ୍ତି । ସେ ମ୍ୟାଚ ପୂର୍ବରୁ ଔଷଧ ଖାଇ ବ୍ୟାଟିଂ କରିବାକୁ ଆସୁଛନ୍ତି । ସେଥିପାଇଁ ପଡିଆରେ କମ ରନିଂ କରିବାକୁ ଚାହୁଁଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷ ମୁକାବିଲାରେ ସେ ୯ମ ସ୍ଥାନରେ ବ୍ୟାଟିଂ କରିଥିଲେ । ଧୋନୀଙ୍କୁ ଡାକ୍ତର ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

ଡେଭନ କନୱେଙ୍କ ଅନୁପସ୍ଥିତି ଯୋଗୁ ସେ ଖେଳୁଛନ୍ତି । ଗତ ବର୍ଷ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଧୋନୀଙ୍କ ଅସ୍ତ୍ରୋପଚାର ହୋଇଥିଲା । କନୱେ ସିଜନ ପୂର୍ବରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ମାଥୀସା ପଥିରାନା ଆଘାତ ସମସ୍ୟା ଯୋଗୁ ଶ୍ରୀଲଙ୍କା ଫେରି ଯାଇଛନ୍ତି । ଏବେ ଦୀପକ ଚହର ବି ଆଘାତ ସମସ୍ୟାରେ ପଡିଛନ୍ତି ।

Leave A Reply

Your email address will not be published.