Latest Odisha News

BREAKING NEWS

ପୋଲିସ ଭାଙ୍ଗିଲେ ନିୟମ, ଶ୍ରୀମନ୍ଦିର ଭିତରେ ନେଲେ ସେଲ୍ଫି

ପୁରୀ: ପୁରୀ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଜଣେ ପୋଲିସ ଅଫିସର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି । ଏବେ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସି-ବିଚ୍ ପୋଲିସ ଷ୍ଟେସନର ଦିଲ୍ଲିପ ପଣ୍ଡା ନାମକ ଜଣେ ସବ-ଇନିସପେକ୍ଟର ପବିତ୍ର ମହାଳୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାକୁ ଶ୍ରୀମନ୍ଦିର ମଧ୍ୟକୁ ଯାଇଥିଲେ ।

ତେବେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ସେ ବାଇସି ପାହାଚରେ କିଛି ଫଟୋ ଉଠାଇ ନିଜ ଫେସବୁକ ଆକାଉଣ୍ଟରେ ଅପଲୋଡ଼ କରିଦେଇଥିଲେ ।

ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ ନେବାର ଏବଂ ଫଟୋ ଉଠାଇବାର କଟକଣା ରହିଥିଲେ ମଧ୍ୟ ପୋଲିସ ଇନିସପେକ୍ଟର ଜଣକ ମନ୍ଦିର ମଧ୍ୟରେ ମୋବାଇଲ ନେଇ ବାଇସି ପାହାଚରେ ଫଟୋ ଉଠାବାବା ଏବେ ସମସ୍ତଙ୍କୁ ଚକିତ କରିଛି ।

ଏହି ଘଟଣାର ତଦନ୍ତ କରାଯାଇ ଏହି ପୋଲିସ ବାବୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.