Latest Odisha News

BREAKING NEWS

ଏସଟିଏଫ କବଜାରେ ବାଘ ଛାଲ ବେପାରୀ

ଫୁଲବାଣୀ: ଏସଟିଏଫକୁ ବଡ଼ ସଫଳତା । କନ୍ଧମାଳର ଫିରଙ୍ଗିଆ ଥାନା ମଣିପଦର ଗାଁରୁ ଚିତା ବାଘ ଛାଲ ଜବତ କରିଛି ଏସଟିଏଫ । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା କନ୍ଧମାଳ କୁରକନପଲ୍ଲୀର ବିଲରାସେନ କହଁର । ରେଡ୍ ବେଳେ ନଗଦ ୫ ହଜାର ୫ଶହ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି ଏସଟଏଫ। ଗିରଫ ପରେ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଚିତାବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ ପଠାଯିବା ନେଇ ସୂଚନା  ରହିଛି। ପୂର୍ବରୁ ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି । ରବିବାର ରାତିରେ ଜିଲ୍ଲାର ଫିରିଙ୍ଗିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ମଣିପଦର ଗାଁରେ ଚିତାବାଘ ଛାଲ ବିଷୟରେ ଖବର ପାଇ ଏସଟିଏଫର ଏକ ଟିମ୍ ସ୍ଥାନୀୟ ପୋଲିସ ସହିତ ଚଢ଼ାଉ କରିଥିଲା । ବାଘ ଛାଲ ସହ ଅଭିଯୁକ୍ତକୁ ଧରିଥିଲା ।

BjdElectrycity
Leave A Reply

Your email address will not be published.