Latest Odisha News

BREAKING NEWS

ଏକକାଳୀନ ବରଖାସ୍ତ ହେଲେ ଦିଲ୍ଲୀ ମହିଳା ଆୟୋଗରେ କାର୍ଯ୍ୟରତ ୨୨୩ କର୍ମଚାରୀ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗରେ କାର୍ଯ୍ୟରତ ୨୨୩ କର୍ମଚାରୀଙ୍କୁ ଏକକାଳୀନ ବରଖାସ୍ତ କରିଛନ୍ତି ଉପରାଜ୍ୟପାଳ ବିନୟ ସକ୍ସେନା । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ନିୟମ ବିରୁଦ୍ଧରେ ଯାଇ ବିନା ଅନୁମତିରେ ଏମାନଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶରେ ଡିସିଡବ୍ଲୁ ଆକ୍ଟଙ୍କୁ ଦର୍ଶାଯାଇଛି। ଆୟୋଗରେ କେବଳ ୪୦ଟି ପଦବୀ ମଞ୍ଜୁର ହୋଇଛି ।

୨୦୧୭ରେ ତତ୍କାଳୀନ ଉପରାଜ୍ୟପାଳଙ୍କୁ ପଠାଯାଇଥିବା ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚୁକ୍ତିନାମା ଅନୁଯାୟୀ କର୍ମଚାରୀ ନିଯୁକ୍ତ କରିବାର ଅଧିକାର ଡିସିଡବ୍ଲ୍ୟୁ ପାଖରେ ନାହିଁ ବୋଲି ଏଥିରେ କୁହାଯାଇଛି। ଡିସିଡବ୍ଲ୍ୟୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ନିଯୁକ୍ତି ପୂର୍ବରୁ ଜରୁରୀ ପଦବୀଗୁଡ଼ିକର କୌଣସି ମୂଲ୍ୟାଙ୍କନ କରାଯାଇ ନଥିଲା। ଏଥିସହ ଅତିରିକ୍ତ ଆର୍ଥିକ ବୋଝ ପାଇଁ ଅନୁମତି ମଧ୍ୟ ନିଆଯାଇ ନଥିଲା।

ବର୍ତ୍ତମାନର ଆମ ଆଦମୀ ପାର୍ଟି ସାଂସଦ ସ୍ବାତୀ ମାଲିଓ୍ବାଲ ପୂର୍ବରୁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ଥିଲେ । ମହିଳା ବିରୋଧୀ ହିଂସା, ଅପରାଧ ଓ ଆଇନ ଶୃଙ୍ଖଳା ସ୍ଥିତି ପରି ଏକାଧିକ ପ୍ରସଙ୍ଗରେ ସେ ଦିଲ୍ଲୀ ପୋଲିସକୁ ବାରମ୍ବାର ସମନ ମଧ୍ୟ କରି ଚର୍ଚ୍ଚାକୁ ଆସିଥିଲ । ଜାନୁଆରୀରେ ଦିଲ୍ଲୀର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସ୍ବାତୀଙ୍କୁ ପ୍ରାର୍ଥୀ କରିଥିଲା କେଜ୍ରିଓ୍ବାଲଙ୍କ ଦଳ । ସ୍ବାତୀ ଉଚ୍ଚସଦନକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି । ମାତ୍ର ଦାୟିତ୍ବ ଛାଡିବାର ପ୍ରାୟ ୨ ମାସ ପରେ ତାଙ୍କ କାର୍ଯ୍ୟକାଳରେ ହୋଇଥିବା ଗଣନିଯୁକ୍ତିକୁ ନେଇ ବିବାଦ ଦେଖାଯାଇଛି ।

Leave A Reply

Your email address will not be published.