Latest Odisha News

BREAKING NEWS

ଏ ପର୍ଯ୍ୟନ୍ତ ସମସ୍ତ ଟି୨୦ ବିଶ୍ୱକପରେ ଖେଳିଛନ୍ତି ରୋହିତ

ନୂଆଦିଲ୍ଲୀ: ରୋହିତ ଶର୍ମା ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ନେତୃତ୍ୱ ନେବେ । ଦଳ ଘୋଷଣା ପରେ ରୋହିତଙ୍କ ନାମରେ ଏକ ନିଆରା ରେକର୍ଡ ଯୋଡି ହୋଇ ଯାଇଛି । ସେ ଭାରତର ପ୍ରଥମ ଖେଳାଳି ଭାବେ ୨୦୦୭ ପରଠାରୁ ସମସ୍ତ ଟି୨୦ ବିଶ୍ୱକପ ଖେଳି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୪ର ପ୍ରଥମ ମ୍ୟାଚ ଖେଳିବା ମାତ୍ରେ ସେ ୯ମ ଥର ପାଇଁ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିବେ । ୨୦୦୭ରେ ଟି୨୦ ବିଶ୍ୱକପ ଆରମ୍ଭ ହୋଇଥିଲା । ପଦାର୍ପଣ ସଂସ୍କରଣରେ ସେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଏହା ପରେ ୨୦୦୯, ୨୦୧୦. ୨୦୧୨, ୨୦୧୪, ୨୦୧୬, ୨୦୨୧ ଓ ୨୦୨୨ରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିବା ବେଳେ ୨୦୧୪ରେ ଶ୍ରୀଲଙ୍କାଠାରୁ ହାରି ରନର୍ସଅପ ହୋଇଥିଲା ।

୨୦୧୬ ଓ ୨୦୨୨ରେ ସେମିଫାଇନାଲରୁ ଟିମ ଇଣ୍ଡିଆ ବିଦାୟ ନେଇଥିଲା । ରୋହିତ ୧୫୧ଟି ମ୍ୟାଚରେ ୧୪୩ ଇନିଂସ ଖେଳି ୩୧.୭୯ ଆଭରେଜରେ ୩୯୭୪ ରନ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ୧୩୯.୯୭ ରହିଛି । ସେ ଓଭରାଲ ୫ ଶତକ ଓ ୨୯ ଅର୍ଦ୍ଧଶତକ ମାରିଛନ୍ତି । ୧୨୧ ତାଙ୍କର ସର୍ବାଧିକ ରନ ରହିଛି ।

Leave A Reply

Your email address will not be published.