Latest Odisha News

BREAKING NEWS

ଅଭିଜ୍ଞ ବ୍ୟକ୍ତିମାନଙ୍କର ଜୀବନ ଗାଥା ପର ପୀଢ଼ି ପାଇଁ ପ୍ରେରଣାଦାୟୀ ହେବ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଉଦ୍ୟୋଗ ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ “ଜୀବନ ଯେମିତି” ଉନ୍ମୋଚିତ ହୋଇଯାଇଛି।

ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିତ୍ଯ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଏବଂ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଅଭିଜ୍ଞ ବ୍ୟକ୍ତିମାନଙ୍କର ଜୀବନ ଗାଥା ପର ପୀଢ଼ି ପାଇଁ ପ୍ରେରଣାଦାୟୀ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଲେଖକୀୟ ଶ୍ରୀ ଦାଶ ଅଭିଭାଷଣରେ ନିଜର ଲେଖକୀୟ ଅଭିଭାଷଣରେ ଦୀର୍ଘ ଦିନର ଚାକିରି ଅଭିଜ୍ଞତା ଵିଷୟରେ କହିବା ସହ ଅବସର ପରେ ରାଜ୍ୟରେ ଏମଏସଏମଇ ବିକାଶ ଦିଗରେ ତାଙ୍କ ଅନୁଷ୍ଠାନର ଭୂମିକା ବାବଦରେ ମତ ରଖିଥିଲେ।ପରିଶେଷରେ ସରୋଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.