Latest Odisha News

BREAKING NEWS

ବିଶ୍ୱର ଏକ ନମ୍ବର ଖେଳାଳିଙ୍କୁ ମାତ ଦେଲେ ୧୬ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରାଗନନନ୍ଦ

ନୂଆଦିଲ୍ଲୀ: ଭାରତର ୧୬ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଆର.ପ୍ରାଗନନନ୍ଦ ଅନଲାଇନରେ ଖେଳାଯାଇଥିବା ର‌୍ୟାପିଡ ଚେସ ଟୁର୍ଣ୍ଣାମେଂଟରେ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ବିଶ୍ୱର ଏକ ନମ୍ବର ଖେଳାଳି ମ୍ୟାଗନସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । ୩୯ତମ ମୁଭ ପରେ କାର୍ଲସେନଙ୍କ ପାଖରେ ଆଉ କିଛି ଚାଲ ନ ଥିଲା । ବିଜୟ ସହ ପ୍ରାଗନନନ୍ଦ ୮ ପଂଏଟ ହାସଲ କରି ୧୨ତମ ସ୍ଥାନରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ସେ କେବଳ ଲେଭନ ଆରୋନିୟନ ବିପକ୍ଷରେ ବିଜୟ ହାସଲ କରିଥିଲେ ।

ରୁଷର ଇଆନ ନେପୋମାନିୟାଚାଚି ୧୯ ପଂଏଟ ସହ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ୭ ରାଉଣ୍ଡ ଖେଳ ଆହୁରି ବାକି ରହିଛି । ପ୍ରାଗନନନ୍ଦ ୨୦୧୮ରେ ୧୨ ବର୍ଷରେ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ବିଶ୍ୱନାଥନ ଆନନ୍ଦଙ୍କ ରେକର୍ଡ ଭାଙ୍ଗିଥିଲେ ।

Comments are closed, but trackbacks and pingbacks are open.