ସେମିଳିଗୁଡ଼ା:ସେମିଳିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। କୋରାପୁଟର ଗେରୁଗୁଡ଼ା ସ୍ଥିତ ଭୈରବୀ ମନ୍ଦିର ନିକଟରେ ବେଆଇନ ଭାବେ ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିଥିଲା ସେମିଳିଗୁଡ଼ା ପୋଲିସ। ତେବେ ଘଟଣାସ୍ଥଳରୁ ୪ ଜଣ ବନ୍ଧା ହୋଇଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ୪୫୩ଟି ନିଶା ଇଞ୍ଜେକ୍ସନ ଜବତ କରିଛି ।
ସେଥିରେ ୩୦୨ଟି ପେଣ୍ଟାଜୋସିନ୍ ଓ ୧୫୧ଟି ଟ୍ରାମାଡୋଲ୍ ଇଞ୍ଜେକ୍ସନ୍ ରହିଛି। ଏହାସହ ଏକ ଟ୍ରାଇବର୍ କାର୍, ୪ଟି ମୋବାଇଲ୍ ଫୋନ୍ ଓ ୭ ହଜାର ୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।
ଗିରଫ ଚାରି ଅଭିଯୁକ୍ତଙ୍କ ବିରୋଧରେ ସେମିଳିଗୁଡ଼ା ଥାନାରେ ଏନ୍ ଡିପିଏସ୍ ଆଇନରେ ମାମଲା ରୁଜୁ କରାଯାଇଛି।
ଏହି ନିଶା କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି ।